ଭୁବନେଶ୍ୱର: ଜନ ସମୁଦାୟର ସୁରକ୍ଷା, ସମୃଦ୍ଧି ପାଇଁ ସର୍ବାପେକ୍ଷା ଜନପ୍ରିୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଆମେ ବସବାସ କରୁଛୁ। ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ସହ ଗଣମାଧ୍ୟମ ପରି ଚାରିଟି ସମ୍ଭ ଉପରେ ଗଣତନ୍ତ୍ର ଦଣ୍ଡାୟମାନ। କିନ୍ତୁ ପାଳଭୂତ ସଦୃଶ ଗଣତନ୍ତ୍ରର ସବୁଜ କ୍ଷେତକୁ ନିରାପତ୍ତାର ଆଶ୍ୱାସନା ଦେଉଥିବା ଏହି ଚାରିଟି ସମ୍ଭ ଗଣଙ୍କ ପାଇଁ କେତେ ସହାୟ ହୋଇଛି। ଏହାର ବାସ୍ତବ ଅନୁଭବ ଦର୍ଶକ ସାଉଁଟିଥିଲେ ନାଟକ ‘ପାଷାଣ୍ଡ ପାଳଭୂତ’ରୁ। ଅବସର ଥିଲା ‘ମନନ’ ନାଟ୍ୟସଂସ୍ଥା ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ନାଟକ ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟା। ସୁଧାଂଶୁ ନାୟକଙ୍କ ରଚିତ ଏହି ନାଟକର ନିର୍ଦେଶନା ଓ ପରିକଳ୍ପନା କରିଥିଲେ ମନୋଜ ପଟ୍ଟନାୟକ। ଏହି ଅବସରରେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କୁ (ଅନୁପସ୍ଥିତ) ବନବିହାରୀ ପଟ୍ଟନାୟକ ସମ୍ମାନ ଓ ଲେଖକ ହେମେନ୍ଦ୍ର ମହାପାତ୍ରଙ୍କୁ ଗୋପାଳଚନ୍ଦ୍ର ପଟ୍ଟନାୟକ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲେ। ନାଟକ ମହୋତ୍ସବ ସମ୍ପର୍କରେ ‘ମନନ’ର ମୁଖ୍ୟ ମନୋଜ ପଟ୍ଟନାୟକ ସୂଚନା ପ୍ରଦାନ କରିଥିଲେ।
ମଞ୍ଚରେ ପାଷାଣ୍ଡ ପାଳଭୂତ
/sambad/media/post_attachments/wp-content/uploads/2018/01/m19-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)