ଭାସ୍କରେଶ୍ବର କ୍ଲବ୍‌ର ନୂତନ ଗୃହ ଉଦ୍‌ଘାଟିତ

ଭୁବନେଶ୍ବର: ବଡ଼ଗଡ଼ ବ୍ରିଟ୍‌ କଲୋନିସ୍ଥିତ ଭାସ୍କରେଶ୍ବର କ୍ଲବ୍ ଓ ବରିଷ୍ଠ ନାଗରିକମାନଙ୍କ ମିଳିତ ଆନୁକୂଲ୍ୟରେ ଗଣେଶ ପୂଜା ପାଳନ ସହ ନୂତନ ଗୃହ ଉଦ୍‌ଘାଟିତ ହୋଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ। କ୍ଲବ୍‌ର ସଭାପତି ମନୋଜ କୁମାର ପାଢ଼ୀ, ସମ୍ପାଦକ ମନୋଜ କୁମାର ସାହୁ, ପ୍ରଦୀପ କୁମାର ମୁଦୁଲି, ଲିଙ୍ଗରାଜ ମହାନ୍ତି, ବରିଷ୍ଠ ନାଗରିକ ସମିତିର କୃପାସିନ୍ଧୁ ସାହୁ, ଖଗେଶ୍ବର କୀର୍ତ୍ତିମଣ୍ଡନ ବେହୁରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନୀହାର ପ୍ରହରାଜ, ସନ୍ତୋଷ କୁମାର ସିଂହ, ଦେବରାଜ ମହାନ୍ତି ଓ ବିବେକ ପଟ୍ଟନାୟକ ପ୍ରମୁଖ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥି ଓ କର୍ମକର୍ତ୍ତା ବୃକ୍ଷରୋପଣ କରିଥିଲେ।

ସମ୍ବନ୍ଧିତ ଖବର