ଭୁବନେଶ୍ବର: ହାତରେ ମୋ ମୁଠା ମୁଠା ଶରଧା ବାଲି..., କୋଠ ଭୋ‌ଗ ଖିଆ...., ହଟିଆ ଠାକୁର ଆଉ... ଆଦି ଭଜନର ଝଙ୍କାର ଶ୍ରୋତାଙ୍କୁ ଭକ୍ତି ଭାବାବେଗରେ ବାନ୍ଧି ରଖିଥିଲା। ଅବସର ଥିଲା ‘ଭିକାରୀ ବଳ ସ୍ମୃତି ସ˚ସଦ’ ଓ ‘କଳିଙ୍ଗ ସ˚ସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ’ର ମିଳିତ ଆନୁକୂଲ୍ୟରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ ସ˚ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ହାତରେ ମୋ ମୁଠା ମୁଠା ଶରଧା ବାଲି’ର। ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଓଡ଼ିଶାର ପ୍ରତି ସ୍ଥାନରେ ମୁଁ ଦିବ୍ୟତାର ନୃତ୍ୟ ଦେଖୁଛି। ଏହାର କୋଣ ଅନୁକୋଣେ ଦିବ୍ୟ ସଙ୍ଗୀତର ଧ୍ବନି ଝଙ୍କୃତ ହେଉଛି। ସଙ୍ଗୀତ ବା ଭଜନ ଭକ୍ତ ସହ ଭଗବାନଙ୍କ ମିଳନ ଓ ମଣିଷର ଭଗବାନଙ୍କ ନିକଟରେ ପହଞ୍ଚିବାର ବଳିଷ୍ଠ ମାଧ୍ୟମ ବୋଲି ରାଜ୍ୟପାଳ କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସ˚ସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

Advertisment

ଏହି ଉତ୍ସବରେ ବରିଷ୍ଠ ଗୀତିକାର ପ୍ରସନ୍ନ କୁମାର ସାମଲଙ୍କୁ ‘ଭିକାରୀ ବଳ ସମ୍ମାନ-୨୦୧୮’ରେ ସମ୍ମାନିତ କରାଯାଇଥିଲା। ଏଥିସହ ଦିଲ୍ଲୀପ ନାୟକ, ସୁବାସ କୁମାର ବେହେରା, ଛନ୍ଦା ମିଶ୍ର, ସୁଶାନ୍ତ ପଣ୍ତାଙ୍କୁ ‘ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ରାଜ୍ୟସ୍ତରୀୟ ଭିକାରୀ ବଳ ସଙ୍ଗୀତ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା କନିଷ୍ଠ ଓ ବରିଷ୍ଠ ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ରଙ୍କ ଭଜନ ପରିବେଷଣ ଉପସ୍ଥିତ ଜଗନ୍ନାଥ ପ୍ରେମୀମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଭିକାରୀ ବଳ ସ୍ମୃତି ସ˚ସଦର ସଭାପତି ସ˚ଗ୍ରାମ କେଶରୀ ପାଇକରାୟ ସଭା ପରିଚାଳନା କରିଥିବା ବେଳେ ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସ˚ଯୋଜନା କରିଥିଲେ। ମନସ୍ବିନୀ ପରିଡ଼ା, ହରପ୍ରସାଦ ମହାପାତ୍ର, ଲଲାଟ କିଶୋର ସାହୁ, ରବୀନ୍ଦ୍ର କୁମାର ପାତ୍ର, ସୁବ୍ରତ ପାଇକରାୟ, ରଘୁନାଥ ପଟ୍ଟନାୟକ, ମାନସ ରଥ, ରଶ୍ମୀରଞ୍ଜନ ଶ୍ରୀଚନ୍ଦନ, ଅର୍ଜୁନ ବରାଳ, ପ୍ରଦୀପ ମହାନ୍ତି, ବିଶ୍ବରଞ୍ଜନ ପାଇକରାୟ, ସୁବ୍ରତ ଦାସ, ସବ୍ୟସାଚୀ ପାଇକରାୟ, ବିଭୂତି ଦାସ, ଅଭିଷେକ ଖଟୁଆ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।