ଜଟଣୀ: ନାଇଜର୍ରୁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି, ଠିକ୍ ସମୟରେ ବେତନ ପ୍ରଦାନ, ୨୬ ଦିନର କାର୍ଯ୍ୟ ପ୍ରଦାନ, ବଢ଼ିଥିବା ବେତନ ଓ ଏରିୟର ଟଙ୍କା ପ୍ରଦାନ, ସଫେଇ କର୍ମଚାରୀଙ୍କୁ କେବଳ ସଫେଇ କାମରେ ନିୟୋଜିତ କରିବା ଓ ଠିକାଦାରର ମାସିକ ୨୫ଶହ ଟଙ୍କା ଦାଦାବଟି ବନ୍ଦ କରିବା ଭଳି ୬ଦଫା ଦାବି ନେଇ ଆଜି ଭୀମ ଆର୍ମି ଭାରତ ଏକତା ମିସନ୍ (ଓଡ଼ିଶା) ପକ୍ଷରୁ ନାଇଜର୍ ଗେଟ୍ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ସଂଘ ପକ୍ଷରୁ କୁହାଯାଇଛି ଯେ ନାଇଜର୍ରେ ଗତ ୯ ବର୍ଷ ହେଲା କାର୍ଯ୍ୟରତ ୪ କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଛଟେଇ କରାଯାଇଛି। ସେ କର୍ମଚାରୀମାନଙ୍କୁ ନାଇଜର୍ରେ ପୁନଃନିୟୋଜିତ ଓ ସେମାନଙ୍କ ସମସ୍ୟାର ସମସ୍ୟାର ସମାଧାନ କରିବାକୁ ସଂଘ ପକ୍ଷରୁ ଦୁଇଥର ଚିଠି କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ। ତେଣୁ ଏହାର ପ୍ରତିବାଦରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନାଇଜର୍ର କୁଳସଚିବ ଅଭୟ ନାଏକ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପ୍ରତିଶ୍ରୁତି ପ୍ରତ୍ୟାହୃତ ହୋଇଥିଲା। ତେବେ ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ଆଜିର ଏହି ବିକ୍ଷୋଭରେ ଭୀମ ଆର୍ମିର ରାଜ୍ୟ ଉପସଭାପତି ନୀହାର ସାମଲ, ଭୁବନେଶ୍ୱର ଆଡଭାଇଜର୍ ଦିବାକର ନାୟକ, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁନୀଲ ନାୟକ, ଖୋର୍ଦ୍ଧା ଜିଲ୍ଲା ମହିଳା ସଭାପତି ମମତାରାଣୀ ଦେଇ, ଉପସଭାପତି ଦୀପକ ଜେନା, ଖୋର୍ଦ୍ଧା ଜିଲ୍ଲା ମହିଳା ଉପସଭାପତି ମୀନାକ୍ଷୀ କାଣ୍ଡି, ମୂଳନିବାସୀ ୟୁନାଇଟେଡ୍ ଫୋରମ୍ର ଜୋନ୍ ସଭାପତି ମନୋରଂଜନ ଜେନା, ଜୋନ୍-୨ ଉପସଭାପତି ଖୋର୍ଦ୍ଧା ଜିଲ୍ଲା ଦୀପକ ଭୋଇ ପ୍ରମୁଖ ସାମିଲ ଥିଲେ।