ଭୀମଟାଙ୍ଗୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ

ପୁରୁଣା ଭୁବନେଶ୍ୱର: ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପାଥେୟ କରି ବହୁ ବ୍ୟକ୍ତି ସୁନାମ ଅର୍ଜନ କରିଛନ୍ତି। ପିତାମାତା ଓ ଶିକ୍ଷକମାନଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସହ ମହାପୁରୁଷଙ୍କ ଜୀବନୀରୁ ମଧ୍ୟ ଜ୍ଞାନ ଆହରଣର ଆବଶ୍ୟକତା ରହିଛି। ଭୀମଟାଙ୍ଗୀସ୍ଥିତ ଏକାମ୍ର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗ ଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର ସଭାପତି କୃଷ୍ଣ ମୋହନ ମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ରିୟା ଯୋଗ ଆଶ୍ରମର ମୁଖ୍ୟ ପରମହଂସ ସ୍ୱାମୀ ପ୍ରଜ୍ଞାନାନନ୍ଦ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ବିଭିନ୍ନ ଉପଦେଶ ଦେଇଥିଲୋ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରଞ୍ଜନ କୁମାର ପରିଡ଼ା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ସଞ୍ଜୟ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସମସ୍ତ ପୁରାତନ ପରିଚାଳନା ସମିତି ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ସହ ସମ୍ପାଦିକା ରାଣୀବାଳା ସୁନ୍ଦରାୟ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର