ରାଉରକେଲା: ଏଥର ଜମି ଚିହ୍ନଟୀକରଣ ସହଜ ଓ ନିଭୁର୍ଲ ହେବ। କାରଣ, ତ୍ରୁଟିଶୂନ୍ୟଭାବେ ପ୍ରକୃତ ସମୟରେ ଜମି ଚିହ୍ନଟ କରିବ ସ୍ବୟଂଚାଳିତ ଡ୍ରୋନ୍‌ ‘ଭୂୂ-ମାନଚିତ୍ର’। ଏହାକୁ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ଗବେଷକ ଦଳ ବିକଶିତ କରିଛନ୍ତି। ଏହା ପାରମ୍ପରିକ ମଡେଲ୍‌ଠାରୁ ଭିନ୍ନ। ଏହି ଡ୍ରୋନ୍‌ ପ୍ରକୃତ ସମୟରେ ଭୂମି ବୈଶିଷ୍ଟ୍ୟ, ଯଥା- ଚାଷଜମି, ଜଙ୍ଗଲ, ଉଦ୍ଭିଦ ଓ ସହରାଞ୍ଚଳ ଇତ୍ୟାଦି ଚିହ୍ନଟ କରିବାରେ ସକ୍ଷମ। ଏହାକୁ ସହରୀ ଯୋଜନା, ବିପର୍ଯ୍ୟୟ ପରିଚାଳନା, ପ୍ରାକୃତିକ ସମ୍ବଳ ପରିଚାଳନା ଓ କୃଷି ଭୂମି ସର୍ଭେ ସମୟରେ ବ୍ୟବହାର କରାଯାଇପାରିବ। ଏହା ହେଉଛି ଦେଶରେ ପ୍ରଥମ। ଏହି ବିକଶିତ ମଡେଲ୍‌କୁ ପେଟେଣ୍ଟ୍‌ ମଧ୍ୟ ମିଳିସାରିଛି।

Advertisment

ବିକଶିତ ବ୍ୟବସ୍ଥା ଇଣ୍ଟରନେଟ୍ ସଂଯୋଗ, ବାହ୍ୟ କମ୍ପ୍ୟୁଟର୍‌ କିମ୍ବା ମାନୁଆଲ୍ ହସ୍ତକ୍ଷେପ ବିନା ସ୍ୱୟଂଚାଳିତ ଭାବେ କୁତ୍ରମ ବୁଦ୍ଧିମତା ଓ ମାନବବିହୀନ ବାୟୁଯାନ (ୟୁଏଭି) ତଥା ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାରକରି ଭୂମି ମାନଚିତ୍ର ସୃଷ୍ଟି କରିବ। ଅନୁଷ୍ଠାନର କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍‌ ପ୍ରଫେସର ସମ୍ବିତ ବକ୍ସିଙ୍କ ନେତୃତ୍ୱରେ ରିସର୍ଚ୍ଚ୍‌ ଗ୍ରାଜୁଏଟ୍ ଡ. ତନ୍ମୟ ବେହେରା, ଡ. ଦେବବ୍ରତ ପାଲ ଚୌଧୁରୀ ଓ ରିସର୍ଚ୍ଚ ସ୍କୋଲାର୍‌ କାମେଲିଆ ରାୟଙ୍କୁ ନେଇ ଗଠିତ ଦଳ ଏହାକୁ ବିକଶିତ କରିଛନ୍ତି।

NIT students
NIT staff and reserch scholar. Photograph: (sambad.in)

ଦେଶରେ ଭୂମି ମାନଚିତ୍ର ମାନୁଆଲ୍ ସର୍ଭେ

ଉଲ୍ଲେଖଯୋଗ୍ୟ, ଦେଶରେ ଭୂମି ମାନଚିତ୍ର ମାନୁଆଲ୍ ସର୍ଭେ ଉପରେ ବହୁମାତ୍ରାରେ ନିର୍ଭରଶୀଳ। ପ୍ରାୟତଃ ଏକ ଆନୁମାନିକ ମାନଚିତ୍ର ପ୍ରସ୍ତୁତ କରିବାକୁ ଅଧିକ ସମୟ ଆବଶ୍ୟକ ହୋଇଥାଏ। ଯଦିଓ ବର୍ତ୍ତମାନ ଦୂରବର୍ତ୍ତୀ ଭୂଖଣ୍ଡର ଚିତ୍ର ପାଇଁ ଡ୍ରୋନ୍‌ ବ୍ୟବହାର ହେଉଛି, ତଥାପି ସଠିକ୍‌ ମାନଚିତ୍ର ପାଇବା ପାଇଁ ଲ୍ୟାବ୍‌ ପ୍ରକ୍ରିୟାକରଣର ଆବଶ୍ୟକତା ରହିଛି; ଯାହାକି ସମୟ ସାପେକ୍ଷ। ଆକାଶମାର୍ଗରୁ ନିଆଯାଇଥିବା ଛବିଗୁଡ଼ିକୁ ଅଧ୍ୟୟନ ଡିପ୍ ଲର୍ଣ୍ଣିଂ ମଡେଲ୍‌ ବିକଶିତ ହେଉଛି, କିନ୍ତୁ ସଠିକ୍‌ ରାସ୍ତା, କୋଠା ଆଦି ଚିହ୍ନଟୀକରଣରେ ସମସ୍ୟା ଦେଖାଦେଇଥାଏ।

ଆହୁରି ପଢ଼ନ୍ତୁ: Chintan Shivir: ଭାରତର ଘରୋଇ ଇସ୍ପାତ ଶିଳ୍ପ ଦୃଢ଼ତା ଏବଂ ବିକାଶ ମାର୍ଗରେ ଅଗ୍ରସର ହେଉଛି: କେନ୍ଦ୍ରମନ୍ତ୍ରୀ

ଡିପ୍-ଲର୍ଣ୍ଣିଂ ମଡେଲ୍ ବିକଶିତ

ଏହି ସମସ୍ୟାକୁ ଦୂର କରିବାକୁ ଅନୁଷ୍ଠାନର ଗବେଷକ ଦଳ ଏକ ଡିପ୍-ଲର୍ଣ୍ଣିଂ ମଡେଲ୍ ବିକଶିତ କରିଛନ୍ତି, ଯଦ୍ବାରା ଡ୍ରୋନ୍‌ ପ୍ରକୃତ ସମୟରେ ଭୂମି ବୈଶିଷ୍ଟ୍ୟଗୁଡ଼ିକୁ ଚିହ୍ନଟ କରୁଛି। ପାରମ୍ପରିକ ଡ୍ରୋନ୍‌ଗୁଡ଼ିକ କେବଳ ପରବର୍ତ୍ତୀ ବିଶ୍ଳେଷଣ ପାଇଁ ଚିତ୍ର ସଂଗ୍ରହ କରୁଥିବାବେଳେ ଭୂ-ମାନଚିତ୍ର ସମସ୍ତ ପ୍ରକ୍ରିୟାକରଣ ଏକାଥରେ କରିଥାଏ। ଏହାକୁ ବିଭିନ୍ନ କ୍ଷେତ୍ର, ଯଥା-ଭୂମି ରେକର୍ଡ଼ ଆଧୁନିକୀକରଣ, ସହରାଞ୍ଚଳ ଯୋଜନା ଓ ବିକାଶ, ଫସଲ ଅବସ୍ଥା, ମୃତ୍ତିକା ସ୍ୱାସ୍ଥ୍ୟ ଓ ଜଳସେଚନ ଆବଶ୍ୟକତାକୁ ତୁରନ୍ତ ମୂଲ୍ୟାଙ୍କନ କରି ଉତ୍ପାଦନ ଓ ସ୍ଥାୟୀତ୍ୱକୁ ଉନ୍ନତ କରିବା, ବନ୍ୟା, ଭୂସ୍ଖଳନ ଓ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟବେଳେ ଭୂଖଣ୍ଡର ସୂଚନା ଗ୍ରହଣ ଆଦି କାର୍ଯ୍ୟରେ ନିୟୋଜିତ ହୋଇପାରିବ।

ଆହୁରି ପଢ଼ନ୍ତୁ: Minor Girl Raped: ସଂପର୍କ ଭୁଲିଗଲା ସଂପର୍କୀୟ ମାମୁ, ନାବାଳିକା ଭାଣିଜୀକୁ କଲା ଦୁଷ୍କର୍ମ!