ଭୁବନେଶ୍ୱର : ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକାରୀ ଭୁବନାନନ୍ଦ ମିଶ୍ରଙ୍କ ଗତ ୫ ତାରିଖରେ ଭୁବନେଶ୍ୱରର ଜୟଦେବ ବିହାରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା। ସେ ୬ମାସ ଧରି ଅସୁସ୍ଥ ଥିଲେ। ଜଣେ ସତ୍ୟନିଷ୍ଠ ଏବଂ କର୍ତ୍ତବ୍ୟପରାୟଣ ଅଫିସର ହିସାବରେ ପୁଲିସ ମହଲରେ ସେ ବେଶ ଜଣାଶୁଣା ଥିଲେ। ସ୍ୱର୍ଗତ ମିଶ୍ର ଉତ୍ତମ ସେବା ପାଇଁ ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇଥିଲେ। ପୁଲିସ ବିଭାଗରେ ସବ୍-ଇନସ୍ପେକ୍ଟର ପଦରେ ଯୋଗଦେଇ ବିଭିନ୍ନ ସ୍ଥାନରେ ଦୀର୍ଘ ୩୭ବର୍ଷ ସେବା କରିବା ପରେ ସେ ୧୯୯୩ ମସିହାରେ ଅତିରିକ୍ତ ଏସ୍ପି ଭାବରେ ଅବସର ଗ୍ରହଣ କରିଥିଲେ। ଚାକିରି କାଳ ମଧ୍ୟରେ ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଭୁବନେଶ୍ୱର ଶାଖାରେ ୧୫ବର୍ଷ ଇନସପେକ୍ଟର ଏବଂ ଡିଏସ୍ପିି ଭାବେ କାର୍ଯ୍ୟ କରିଥିଲେ। ଶ୍ରୀ ମିଶ୍ର ଓପିଏସ୍ ଆସୋସିଏସନ୍ର ସଭାପତି ଥିଲେ। ଚାକିରି କାଳରେ ନିରବଚ୍ଛିନ୍ନ ଉଚ୍ଚକୋଟୀର ସେବା ପାଇଁ ସେ ଅବସର ପରେ ମଧ୍ୟ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ସମ୍ମାନିତ ହୋଇଥିଲେ। ଅବସର ପରେ ଦୀର୍ଘ ଦିନ ଧରି ଜୟଦେବ ବିହାରସ୍ଥିତ ରାମେଶ୍ୱର ମନ୍ଦିର ପରିଚାଳନା ସମିତିର ସଭାପତି ଭାବେ ଆଧ୍ୟାତ୍ମିକ ତଥା ସମାଜ ଗଠନ ଓ ଉନ୍ନତିମୂଳକ କାର୍ଯ୍ୟରେ ଜଡ଼ିତ ଥିଲେ। କଟକ ଜିଲ୍ଲାର ବଡ଼ମ୍ବାଗଡ଼ରେ ଜନ୍ମିତ ସ୍ୱର୍ଗତ ମିଶ୍ରଙ୍କ ପତ୍ନୀ, ୭ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଆତ୍ମୀୟ ସ୍ୱଜନ ଅନ୍ତିମ ଦର୍ଶନ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରାଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଅବସରପ୍ରାପ୍ତ ପୁଲିସ ଅଧିକାରୀ ଭୁବନାନନ୍ଦ ମିଶ୍ରଙ୍କ ପରଲୋକ
/sambad/media/post_attachments/wp-content/uploads/2018/03/BHUBANANANANDA-MISHRA-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)