ରାଜଧାନୀରେ କରୋନା ବାଣ୍ଟିଲେ ସୁପର ସ୍ପ୍ରେଡର; ୩ ଜଣଙ୍କ ସଂସ୍ପର୍ଶରେ ଆସି ୯୨ ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜଧାନୀରୁ ୨୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଏଯାବତ ୧୭୧୭ରେ ପହଞ୍ଚି ଯାଇଛି। ଏଥିସହିତ ୮୭୦ଟି କରୋନା ସକ୍ରିୟ ମାମଲା ରହିଥିବା ନେଇଥିବା ଭୁବନେଶ୍ୱର ମହାନଗର ନିଗମଟୁଇଟ କରି ସୂଚନା ଦେଇଛି। ଏଥିସହିତ ରାଜଧାନୀରେ ତିନିଜଣ ସୁପର ସ୍ପ୍ରେଡରଙ୍କ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରିଛି। ଯେଉଁମାନଙ୍କ ସଂସ୍ପର୍ଶରେ ଆସି ୯୨ଜଣ ସଂକ୍ରମିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଞ୍ଚେଶ୍ବର ଅଟାକଳର ଜଣେ ସୁପରସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ପ୍ରାୟ ୬୦ ଜଣ କରୋନା କବଳିତ ହୋଇଥିଲେ।

ଆଜି ସଂକ୍ରମିତ ୨୪୮ଙ୍କ ମଧ୍ୟରୁ  ବିଜେବି ନଗର ହରିନଗର ମହିଷିଖାଲ ବସ୍ତି ଅଞ୍ଚଳରୁ ଆଜି ୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିିହ୍ନଟ ହୋଇଥିବା ଉକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୩ଜଣ ପୁରୁଷ ଥିବା ବେଳେ ୪ଜଣ ବାଳକ ବି ରହିଛନ୍ତି। ଏଥିସହିତ ୧୮ଜଣ ମହିଳାଙ୍କ ସମେତ ୧୦ଜଣ ବାଳିକାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଏମାନେ ସମସ୍ତେ କିଛିଦିନ ତଳେ ଜଣେ କୋଭିଡ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି, ଯିଏକି ପାଲଟି ଯାଇଛନ୍ତି ସୁପର ସ୍ପ୍ରେଡର।

ସେହିପରି ଆଉ ଜଣେ ସୁପର ସ୍ପ୍ରେଡରଙ୍କ ସଂପର୍କରେ ସୂଚନା ଦେଇଛି ବିଏମସି। ଜଣେ ପୂର୍ବ  କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ନୟାପଲ୍ଲୀ ସୀତାପୁର ବସ୍ତିର ୨୦ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୯ଜଣ ମହିଳା ରହିଥିବା ୩ ଜଣ ବାଳିକା ରହିଛନ୍ତି। ଏଥିସହିତ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ୭ଜଣ ପୁରୁଷ ଓ ଦୁଇଜଣ ବାଳକ ବି ଆସିଛନ୍ତି। ତୃତୀୟ ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ଏକ ଘରୋଇ ହସ୍‌ପିଟାଲର ୨୭ଜଣ କର୍ମଚାରୀଙ୍କର କୋଭିଡ-୧୯ ରିପୋର୍ଟ ପିଜିଟିଭ ଆସିଛି। ଚିହ୍ନଟ ହୋଇଥିବା ୨୭ଜଣ କର୍ମଚାରୀଙ୍କ ମଧ୍ୟରେ ୨୧ଜଣ ପୁରୁଷ ରହିଥିବା ବେଳେ ୬ଜଣ ମହିଳା ରହିଛନ୍ତି।

ସମ୍ବନ୍ଧିତ ଖବର

Comments are closed.