ଭୁବନେଶ୍ୱର: ଶନିବାର-ରବିବାର ରାତିରେ ବେକରେ ଫାଶୀ ଲଗାଇ ଜଣେ ଏସିପିଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି।
ମୃତ ପିଲାଟି ହେଉଛି ସ୍ପେସାଲ୍ ସ୍କ୍ଵାଡ୍ ଏସିପି ସଞ୍ଜୀବ ଶତପଥୀଙ୍କ ସପ୍ତମ ଶ୍ରେଣୀରେ ପଢୁଥିବା ୧୨ ବର୍ଷିୟ ପୁଅ।
ଜୟଦେବ ବିହାର ଅଞ୍ଚଳରେ ଥିବା ସରକାରୀ ବାସଭବନରେ ପିଲାଟି ଗୋଟିଏ ଜିନ୍ସ୍ ପ୍ୟାଣ୍ଟ୍କୁ ଫ୍ୟାନ୍ ଓ ବେକରେ ବାନ୍ଧି ଝୁଲି ପଡ଼ିଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ପିଲାଟି ରାତି ୧୨ଟା ପାଖାପାଖି ଅନ୍ଲାଇନ୍ରେ କୌଣସି ଗେମ୍ ଖେଳୁଥିଲା। ଗେମ୍ର ସମାଧାନ କରିପାରୁ ନାହିଁ ବୋଲି କହି ବାପାଙ୍କୁ ସହାୟତା କରିବାକୁ କହିଥିଲା। ଅଧଘଣ୍ଟାଏ ପରେ ବାପା ଆସି ଦେଖିଲା ବେଳକୁ ସେ ଫାଶୀ ଲଗାଇ ସାରିଥିଲା। ତୁରନ୍ତ ତାକୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା ଏବଂ ସେଠାରେ ଡାକ୍ତରମାନେ ସେ ମୃତ ବୋଲି ଘୋଷଣା କରିଥିଲେ।