ବିମାନବନ୍ଦରରେ ଭିଡ଼ କମାଇବାକୁ ଯୋଜନା : ଦୁଇଟି ଗେଟ୍‌ରେ ବାହାରିବେ ଯାତ୍ରୀ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭିଡ଼ କମାଇବାକୁ କର୍ତୃପକ୍ଷ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ଏୟାର ଇଣ୍ଡିଆ ଏବଂ ଅନ୍ତର୍ଜାତୀୟ ବିମାନର ଯାତ୍ରୀ ଟି-୨ ଟର୍ମିନାଲ ଦେଇ ପ୍ରବେଶ ଓ ପ୍ରସ୍ଥାନ କରୁଥିବାବେଳେ ଏବେ ଏହି ଯାତ୍ରୀମାନେ ଟି-୧ ଟର୍ମିନାଲ୍‌ରେ ପ୍ରସ୍ଥାନ କରିବେ। ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ସୂଚନା ଅନୁଯାୟୀ, ଟି-୧ ଟର୍ମିନାଲରେ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦୁଇଟି ଗେଟ୍‌ରେ ଯାତ୍ରୀ ପ୍ରସ୍ଥାନ କରିବେ। ଗେଟ୍‌-୧ରେ ଏୟାର ଇଣ୍ଡିଆ ଏବଂ ଏୟାର ଏସିଆ ଯାତ୍ରୀ। ଗେଟ୍‌-୨ରେ ଗୋ ଏୟାର, ଇଣ୍ଡିଗୋ ଏବଂ ଭିସ୍ତାରା ଯାତ୍ରୀ ପ୍ରସ୍ଥାନ କରିବେ। ଗେଟ୍‌ -୧ରେ କଷ୍ଟମ୍‌ସ ଏବଂ ଇମିଗ୍ରେସନ୍‌ ଯାଞ୍ଚ ବ୍ୟବସ୍ଥା ରହିବ। କିନ୍ତୁ ପୂର୍ବଭଳି ଟର୍ମିନାଲ-୨ ଦେଇ ଯାତ୍ରୀମାନେ ଅନ୍ତର୍ଜାତୀୟ ବିମାନରେ ଉଡ଼ାଣ କରିପାରିବେ।

ସମ୍ବନ୍ଧିତ ଖବର