ଭୁବନେଶ୍ବ: ଘରୋଇ ଏୟାରଲାଇନ୍ସ୍ ଜଣେ ଏୟାର୍ ହୋଷ୍ଟସ୍ଙ୍କୁ ପ୍ରେମରେ ଫସାଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଭୁବନେଶ୍ବର ବିମାନବନ୍ଦରର ଡେପୁଟି ଜେନେରାଲ ମ୍ୟାନେଜର(ଡିଜିଏମ୍) ଉମାକାନ୍ତ ପଟେଲକୁ ଗିରଫ କରିଛି। ମିଛ କଥା କହି ଏୟାର ହୋଷ୍ଟେସଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏପରିକି ଏୟାର ହୋଷ୍ଟେସଙ୍କ ଗର୍ଭପାତ କରାଇଥିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ଆସିଛି। ସେ ବିବାହିତ ହୋଇ ବି ଏୟାର ହୋଷ୍ଟେସ୍ଙ୍କୁ ମିଛ କହି ତାଙ୍କ ସହିତ ସମ୍ପର୍କ ରଖିଥିଲେ।
ଅଭିଯୋଗ ଅନୁସାରେ ଦିଲ୍ଲୀ ବିମାନବନ୍ଦରରେ କାମ କରିବା ପରେ ପ୍ରାୟ ଚାରି ମାସ ପୂର୍ବରୁ ଉମାକାନ୍ତଙ୍କର ଭୁବନେଶ୍ୱର ବିମାନବନ୍ଦରକୁ ବଦଳି ହୋଇଥିଲା। ଦିଲ୍ଲୀରେ ତାଙ୍କ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଏକ ଘରୋଇ ଏୟାରଲାଇନ୍ସର ଜଣେ ଏୟାର ହୋଷ୍ଟେସଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ନିଜକୁ ଅବିବାହିତ ଓ ବିବାହର ପ୍ରଲୋଭନ ଦେଖାଇ ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ, ଯେତେବେଳେ ମହିଳାଜଣକ ଗର୍ଭବତୀ ହେଲେ, ଉମାକାନ୍ତ ତାଙ୍କୁ ଧମକ ଦେବା ସହିତ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି। ପରେ ଏୟାର ହୋଷ୍ଟେସ ଜଣକ ଭୁବନେଶ୍ୱର ବଦଳି ହୋଇ ଆସିଥିଲେ। ଉମାକାନ୍ତ ମଧ୍ୟ ପରେ ଭୁବନେଶ୍ୱର ଥିବାରୁ ଏୟାର୍ ହୋଷ୍ଟସ୍ଙ୍କ ସହିତ ସମ୍ପର୍କ ଜାରି ରଖିଥିଲେ। ଦୀପାବଳି ଦିନ ଏୟାର୍ ହୋଷ୍ଟସ୍ ଜାଣିବାକୁ ପାଇଥିଲେ ଯେ ଉମାକାନ୍ତ ପୂର୍ବରୁ ବିବାହିତ ଏବଂ ତାଙ୍କର ଏକ ସନ୍ତାନ ଅଛି। ଏନେଇ ସେ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନମ୍ବର ୩୭୦/୨୫ରେ ମାମଲା ରୁଜୁ କରି ତଦନ୍ତ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।
ଏୟାର୍ ହୋଷ୍ଟେସ୍ଙ୍କ ସହ ଲଭ୍ ସେକ୍ସ୍ ଧୋକା ଗିରଫ ହେଲେ ଭୁବନେଶ୍ବର ଏୟାରପୋର୍ଟ ଡିଜିଏମ୍
ଘରୋଇ ଏୟାରଲାଇନ୍ସ୍ ଜଣେ ଏୟାର୍ ହୋଷ୍ଟସ୍ଙ୍କୁ ପ୍ରେମରେ ଫସାଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଭୁବନେଶ୍ବର ବିମାନବନ୍ଦରର....
/sambad/media/media_files/2025/10/26/untitled-13-2025-10-26-06-10-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)