ଭୁବନେଶ୍ବର: ‘ସୋନି ଏଣ୍ଟରଟେନ୍ମେଣ୍ଟ’ ଟେଲିଭିଜନ୍ର ରିୟଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍-୧୩’ର ଅଡିସନ୍ ଜୟପୁର ପରେ ଏବେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି। ଏହି ଅଡିସନ୍ ଆସନ୍ତା ୧୦ ଜୁଲାଇରେ ଏମ୍ସ୍ ହସ୍ପିଟାଲ୍ ନିକଟସ୍ଥ ଡୁନ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସକାଳ ୮ଟାରୁ ଆୟୋଜିତ ହେବ। ଆଗକୁ ଏହି ଅଡିସନ୍ ଗୌହାଟୀ, ପାଟନା, କୋଲକାତା, ଇନ୍ଦୋର, ଲକ୍ଷ୍ନୌ, ମୁମ୍ବାଇ, ଚଣ୍ଡୀଗଡ଼, ଡେରାଡୁନ୍ ଓ ଦିଲ୍ଲୀ ଭଳି ସହରରେ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୋନି ଟିଭି ପକ୍ଷରୁ କୁହାଯାଇଛି। ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୦ର ପ୍ରତିଯୋଗୀ ତଥା ଓଡ଼ିଆ ପୁଅ ବିଶ୍ବଜିତ୍ ମହାପାତ୍ର ଓଡ଼ିଆ କଣ୍ଠଶିଳ୍ପୀମାନଙ୍କୁ ଏଥିରେ ଯୋଗଦେବାକୁ ଆହ୍ବାନ ଦେଇଛନ୍ତି। ଏଥିସହ ଇଣ୍ଡିଆନ୍ ଆଇଡଲ୍ରେ ନିଜର ଅଭିଜ୍ଞତା ବଖାଣି ସେ କହିଛନ୍ତି, ଏହି ରିୟଲିଟି ସୋ’ ସମୟରେ ମୋ ଗୁରୁ ଓ ମେଣ୍ଟରମାନେ ମୋ ଗାୟନଶୈଳୀକୁ ଅଧିକ ପରିମାର୍ଜିତ କରିଛନ୍ତି। ସେମାନଙ୍କ ନିରନ୍ତର ପ୍ରେରଣା ଓ ସମର୍ଥନ ଯୋଗୁଁ ମୁଁ ଆଜି ଜଣେ ଜାତୀୟସ୍ତରର କଣ୍ଠଶିଳ୍ପୀ ହୋଇପାରିଛି। ଏଣୁ ଓଡ଼ିଶାର ସମସ୍ତ କଣ୍ଠଶିଳ୍ପୀ ଏହି ଅଡିସନ୍ରେ ଯୋଗଦେଇ ନିଜ ପ୍ରତିଭାକୁ ଅଧିକ ମାର୍ଜିତ ହେବାର ସୁଯୋଗ ନିଅନ୍ତୁ ବୋଲି ସେ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି।
୧୦ରେ ‘ଇଣ୍ଡିଆନ୍ ଆଇଡଲ୍-୧୩’ର ଭୁବନେଶ୍ବର ଅଡିସନ୍
/sambad/media/post_attachments/wp-content/uploads/2018/10/indianidol10-1531121800-1531249881.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)