ଏବର୍ଷ ବି ହେବନି ଭୁବନେଶ୍ୱର ବାଲିଯାତ୍ରା

ଭୁବନେଶ୍ବର : ଗତବର୍ଷ ପରି ଏବର୍ଷ ବି ବନ୍ଦ ରହିବ ଭୁବନେଶ୍ବର ବାଲିଯାତ୍ରା। କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ସରକାରୀସ୍ତରରେ ଏପରି ନିଷ୍ପତ୍ତି ନିଆଯାଇଛି। ଏ ସଂପର୍କରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସ୍ପଷ୍ଟ ଆଜି ସୂଚନା ଦେଇ କହିଛନ୍ତି ଯେ ଏସଆର୍‌ସିଙ୍କ ନଭେମ୍ବର ଗାଇଡଲାଇନ ମୁତାବକ ମାସ ଶେଷ ଯାଏଁ କଟକଣା ଥିବାରୁ ବାଲିଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ନାହିଁ। ବିନା ଅନୁମତିରେ କାର୍ଯ୍ୟକ୍ରମ ଆୟୋଜନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ କଟକ ଐତିହାସିକ ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଥିଲେ। ଗତବର୍ଷ ମଧ୍ୟ ଏହି ବାଲିଯାତ୍ରା କୋଭିଡ୍‌ କଟକଣା ପାଇଁ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର