ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ବିରୋଧ କଲା ଭୁବନେଶ୍ୱର ବାର ଆସୋସିଏସନ

ଭୁବନେଶ୍ୱର: ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ବିରୋଧ କରିଛି ଭୁବନେଶ୍ୱର ବାର ଆସୋସିଏସନ । ଏନେଇ ଆସନ୍ତା ୪ ତାରିଖ ରବିବାରରେ ଅଲ ଓଡିଶା ବାର ଆସୋସିଏସନର ସମସ୍ତ ସଭାପତି ଓ ସମ୍ପାଦକ ମିଟ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ବାର ଆସୋସିଏସନ । ରାଜ୍ୟରେ ହେଉଥିବା ଓକିଲମାନଙ୍କ ଆନ୍ଦୋଳନ ଅଧିକାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଭୁବନେଶ୍ୱର ଓକିଲ ସଂଘ ଏଭଳି ନିଷ୍ପତି ନେଇଛି । ଏହି ସଭାରେ ଯାହା ନିଷ୍କର୍ଷ ବାହାରିବ ତାକୁ ନେଇ ସଂଘ କାର୍ଯ୍ୟ କରିବ। ଓକିଲମାନଙ୍କୁ ପୁଲିସର ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି । ଏହା ସହ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ଏବଂ ସ୍ଥାୟୀ ହାଇକୋର୍ଟ ବେଞ୍ଜ ସ୍ଥାପନ ଦାବି ମଧ୍ୟ ରଖିଛି ଭୁବନେଶ୍ୱର ବାର ଆସୋସିଏସନ ।

ସମ୍ବନ୍ଧିତ ଖବର