ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ସାଂଗଠନିକ ବୈଠକ

ଭୁବନେଶ୍ବର: ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଭୁବନେଶ୍ବର ଜିଲ୍ଲା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଳର ସଂଗଠନକୁ ତୃଣମୂଳସ୍ତରରେ ପହଞ୍ଚାଇବା ସହ ଜନଭାଗୀଦାରିରେ ଶକ୍ତିଶାଳୀ ସଂଗଠନ ଗଢ଼ି ତୋଳିବାକୁ ସଂକଳ୍ପ ନିଆଯାଇଛି। ଜିଲ୍ଲାର ୩ଟି ବିଧାନସଭା କ୍ଷେତ୍ରରୁ ୧୫ହଜାରରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତାଙ୍କ ସହାୟତାରେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପାର୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ସଭାପତିତ୍ବ କରି ଜିଲ୍ଲା ସଭାପତି ବାବୁ ସିଂ କହିଥିଲେ ଯେ ସଶକ୍ତ ସଂଗଠନ ଆମ ସାମର୍ଥ୍ୟର ପରିଭାଷା। ୨୦୨୪ ସାଧାରଣ ନିର୍ବାଚନ ଭୁବନେଶ୍ବର ଜିଲ୍ଲା ବିଜେପି ପାଇଁ ସମରଶଯ୍ୟା। ରାଜ୍ୟର ଅପାରଗ ନବୀନ ସରକାରର ବିକଳ୍ପ ଭାବେ ସରକାର ଗଠନ କରିବା ଦଳର ମୂଳ ଲକ୍ଷ୍ୟ। ଏହାର ଶୁଭାରମ୍ଭ ସାଂଗଠନିକ ଜିଲ୍ଲାରୁ ଆରମ୍ଭ ହେବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟରେ ନିଶ୍ଚିତ ଭାବେ ଏକ ବିକଳ୍ପ ସରକାର ଗଠନ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ଏହି ବୈଠକରେ ଜିଲ୍ଲା ପ୍ରଭାରୀ ଭୂବନ ମୋହନ ଜେନା, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସାରଦା ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ଦିଲ୍ଲୀପ ବେହେରା, ହିମାଂଶୁ ଛୋଟରାୟ, ଜିଲ୍ଲାର ସମସ୍ତ ପଦାଧିକାରୀ, ସମସ୍ତ ମଣ୍ଡଳ ସଭାପତି, ମୋର୍ଚ୍ଚା ସଭାପତି, ବିଏମ୍‌ସି କର୍ପୋରେଟର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର