ସରଗରମ ଭୁବନେଶ୍ୱର ବ୍ଲକ ରାଜନୀତି: ସରିଲା ନାମାଙ୍କନ, ଏଣିକି ପ୍ରଚାର
ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ନାମାଙ୍କନ ଦାଖଲ, ସରପଞ୍ଚ ପଦ ଲାଗି ୧୩୬ ପ୍ରାର୍ଥିପତ୍ର


ସେପଟେ ସମିତି ସଭ୍ୟ ପ୍ରାର୍ଥୀମାନେ ଭୁବନେଶ୍ବର ବ୍ଲକ କାର୍ଯ୍ୟାଳୟରେ ନିରାଡମ୍ବର ଭାବେ ନାମାଙ୍କନ ଭରିଛନ୍ତି। ପ୍ରଥମ ଦିନରେ ୪, ଦ୍ବିତୀୟ ଦିନରେ ୬, ତୃତୀୟ ଓ ୪ର୍ଥ ଦିନରେ ୨୧ ଲେଖାଏ ନାମାଙ୍କନ ଦାଖଲ ହୋଇଥିବା ବେଳେ ଆଜି ସର୍ବାଧିକ ୨୯ଟି ହୋଇଛି। ସରପଞ୍ଚ ଓ ୱାର୍ଡ ମେମ୍ବରମାନେ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି। ଦଳୀୟ ସମର୍ଥନ ନ ଥିଲେ ମଧ୍ୟ କେତେକ ପଞ୍ଚାୟତରେ ଗୋଟିଏ ଦଳରୁ ଏକାଧିକ ନେତା ପ୍ରାର୍ଥୀ ହୋଇଛନ୍ତି। ଆଗକୁ ନାମାଙ୍କନ ପ୍ରତ୍ୟାହାର ସୁଯୋଗ ଥିଲେ ମଧ୍ୟ କିଛି ନେତା ନିଜ ଜିଦ୍ରେ ଅଟଳ ଅଛନ୍ତି। କୌଣସି ବି ପରିସ୍ଥିତିରେ ନିଷ୍ପତ୍ତିରୁ ଓହରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଯାହାକୁ ନେଇ ଗାଁ ରାଜନୀତି ଏବେ ଉଷ୍ମ ହେବାରେ ଲାଗିଛି।