ଭୁବନେଶ୍ୱର : ଆସନ୍ତା ୧୧ ତାରିଖରୁ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ୩୪ତମ ପୁସ୍ତକମେଳା ଅନୁଷ୍ଠିତ ହେବାକୁ ଯାଉଛି। ବରିଷ୍ଠ ସାହିତ୍ୟିକ ତ୍ରିଦେବ କୁମାର ଚାଟାର୍ଜୀ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଉଥିବାବେଳେ ବିଶିଷ୍ଟ ଲେଖିକା ପାରମିତା ଶତପଥୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେବେ। ପୁସ୍ତକମେଳା କମିଟିର ସଭାପତି ସାତକଡ଼ି ହୋତା ଏଥିରେ ସଭାପତିତ୍ୱ କରିବେ ବୋଲି ପୁସ୍ତକ ମେଳାର ସଂପାଦକ ଅଶୋକ ମହାନ୍ତି କହିଛନ୍ତି।

Advertisment

ଏଥର ପୁସ୍ତକମେଳାର ମୁଖ୍ୟ ମଞ୍ଚକୁ ପ୍ରଫେସର ଖଗେଶ୍ୱର ମହାପାତ୍ରଙ୍କ ନାମରେ ନାମିତ କରାଯାଇଥିବାବେଳେ ଦ୍ୱିତୀୟ ତୋରଣ ବିଶିଷ୍ଟ ସାହିତ୍ୟିକ ଗୋପାଳକୃଷ୍ଣ ରଥ ଓ ଡାକ୍ତର କୃଷ୍ଣଚରଣ ବେହେରାଙ୍କ ନାମରେ ନାମିତ କରାଯାଇଛି। ଏହି ଉଦ୍‌ଘାଟନ ଉତ୍ସବରେ ବରିଷ୍ଠ ସାହିତ୍ୟିକ ଦେବ୍ରାଜ ଲେଙ୍କା, ପଦ୍ମଜ ପାଳ ଓ ବାଉରୀବନ୍ଧୁ କରଙ୍କୁ ପୁସ୍ତକମେଳା ତରଫରୁ ସମ୍ବର୍ଧନା ଜ୍ଞାପନ କରାଯିବ। ପୁସ୍ତକମେଳାର ୩୪ତମ ସଂସ୍କରଣରେ ମମତା ଦାଶ ସଚ୍ଚି ରାଉତରାୟ କବିତା ସମ୍ମାନ ପାଇବେ ଏବଂ ଡ. ସୁଲୋଚନା ଦାସ ବିଜୟ କୃଷ୍ଣ ମହାନ୍ତି ଗଳ୍ପ ସମ୍ମାନ ପାଇବେ। ସେହିପରି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବରେନ୍ଦ୍ର କୃଷ୍ଣ ଧଳ ସ୍ମୃତି ସମ୍ମାନ ପାଇବେ। ପୁସ୍ତକମେଳାର ଏକ ସ୍ୱତନ୍ତ୍ର ଅଧିବେଶନରେ ସଭାପତି ଓ ସମ୍ପାଦକଙ୍କ ସହ ଆବାହକ ପବିତ୍ର କୁମାର ପ୍ରଧାନ, କେଷାଧ୍ୟକ୍ଷ ସିଦ୍ଧାର୍ଥ କୁମାର ଧଳ, ଯୁଗଳ କିଶୋର ଦତ୍ତ, ଡାକ୍ତର ବୈରାଗୀ ପଟ୍ଟନାୟକ ଓ ଡାକ୍ତର ଅମିୟ କୁମାର ମହାପାତ୍ର ଉପସ୍ଥିତ ଥିଲେ।