ସରିଲା ଭୁବନେଶ୍ବର କ୍ଲବ ନିର୍ବାଚନ: ଅସିତ ତ୍ରିପାଠୀ ସଭାପତି, ବିଶାଲ ଦେବ ସମ୍ପା‌ଦକ

ଭୁବନେଶ୍ବର : ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ଭୁବନେଶ୍ବର କ୍ଲବ୍‌ର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ତ୍ରିପାଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କୁ ୨୭୮ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ନିର୍ବାଚନରେ ଶ୍ରୀ ତ୍ରିପାଠୀଙ୍କୁ ୭୭୬ଖଣ୍ଡ ଭୋଟ୍‌ ମିଳିଥିବାବେଳେ ଶ୍ରୀ ପଟ୍ଟନାୟକଙ୍କୁ ୪୯୮ଖଣ୍ଡ ଭୋଟ୍‌ ମିଳିଛି। ସେହିପରି ବରିଷ୍ଠ ଆଇଏଏସ୍ ଅଫିସର ବିଶାଲ କୁମାର ଦେବ ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଅଶୋକ ଚିଞ୍ଚେଲାଙ୍କୁ ୩୧୧ଖଣ୍ଡ ଭୋଟ୍‌ରେ ହରାଇ ସମ୍ପା‌ଦକ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଦେବଙ୍କୁ ୬୯୧ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଶ୍ରୀ ଚିଞ୍ଚେରା ୩୮୦ ଖଣ୍ଡ ଭୋଟ୍‌ ପାଇଛନ୍ତି।

ଏହାବାଦ୍ କ୍ଲବର ଉପସଭାପତି ଭାବେ ମହେନ୍ଦ୍ର କୁମାର ଗୁପ୍ତା ନିର୍ବାଚିତ ହୋଇଛନ୍ତି। ଶ୍ରୀ ଗୁପ୍ତାଙ୍କୁ ୫୧୭ଖଣ୍ଡ ଭୋଟ୍‌ ମିଳିଛି। ଯୁଗ୍ମ ସମ୍ପାଦକ ଭାବେ ଅଶୋକ କୁମାର ମିଶ୍ର ନିର୍ବାଚିତ ହୋଇଛନ୍ତି। ତାଙ୍କୁ ୬୧୬ଖଣ୍ଡ ଭୋଟ୍‌ ମିଳିଛି। କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ପ୍ରଗତି କୁମାର ମହାନ୍ତି (୫୯୩ ଖଣ୍ଡ), ଶରତ ଚନ୍ଦ୍ର ଭଦ୍ର (୫୭୯ଖଣ୍ଡ), ଟୁଟୁଲ କିଶୋର ଦାସ (୬୯୨ଖଣ୍ଡ), ଡ. ଦେବବ୍ରତ ବିଶ୍ବାଳ (୫୨୩ଖଣ୍ଡ), ପାର୍ଥଜିତ୍ ପଟ୍ଟନାୟକ (୬୮୫ଖଣ୍ଡ), ଡ. ପି.ଭି ମୋହନ (୫୦୭ଖଣ୍ଡ) ଭୋଟ୍‌ ପାଇ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ବର କ୍ଲବ୍‌ର ୧୮୫୧ଜଣ ମତଦାତା ଥିବାବେଳେ ୧୨୮୦ଜଣ ଭୋଟ୍‌ ଦେଇଥିଲେ। ଶନିବାର ଓ ରବିବାର ଦୁଇ ଦିନ ଧରି କ୍ଲବ ପରିସରରେ ମତଦାନ ହୋଇଥିଲା।

ସମ୍ବନ୍ଧିତ ଖବର