ଭୁବନେଶ୍ବର ସଂସଦୀୟ ନିର୍ବାଚନମଣ୍ଡଳୀ

ଭୁବନେଶ୍ବର ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନରେ ୭ଟି ବିଧାନସଭା ନିର୍ବାଚନ କ୍ଷେତ୍ର ରହିଛି। ଭୁବନେଶ୍ବର ଏକାମ୍ର, ମଧ୍ୟ ଓ ଉତ୍ତର ସହିତ ଜୟଦେବ, ଜଟଣୀ, ବେଗୁନିଆ ଓ ଖୋର୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

ଏକାମ୍ର ଭୁବନେଶ୍ବର

ଏକାମ୍ର ଭୁବନେଶ୍ବର ବିଧାନସଭା ମୁଖ୍ୟତଃ ୧୮ଟି ୱାର୍ଡ, ଗ୍ରାମ ପଞ୍ଚାୟତ ଓ ଅନ୍ୟାନ୍ୟ ଅଞ୍ଚଳକୁ ନେଇ ଗଠିତ। ଏଥିରେ ୱାର୍ଡ ୧୨, ୧୪, ୧୫, ୩୦, ୩୧, ୩୨, ୩୩, ୩୪, ୩୮, ୩୯, ୪୦, ୪୧, ୪୨, ୪୩, ୪୪, ୪୫, ୪୬ ଓ ୪୭ ନଂ ୱାର୍ଡ ରହିଛି। ଏହାସହ ଶିଶୁପାଳ, ବାସୁଆଘାଇ, ଦୁର୍ଗାପୁର ପାଟଣା, ମହାଭୋଇ ଶାସନ, ରଘୁନାଥପୁର, ଲିଙ୍ଗିପୁର, ଧଉଳି, କୃଷ୍ଣପୁର, କୌଶଲ୍ୟାଗଙ୍ଗ, ସରଦେଇପୁର, ଇଟିପୁର, ବସନ୍ତପୁର ଶାସନ, ଟିକରପଡ଼ା, ଗୋପୀନାଥପୁର, ଜୟପୁରପାଟଣା, ବିକିପୁର, ଡିହପୁର, ମୋହନପୁର, କୁକୁଡ଼ାଘାଇ ପାଟଣା, କଲ୍ୟାଣପୁର, କଲ୍ୟାଣପୁରଶାସନ ଓ ଅନ୍ୟାନ୍ୟ ଅଞ୍ଚଳରେ ବିଧାନସଭା ପାଇଁ ଭୋଟିଂ ହେବ।

ସମ୍ବନ୍ଧିତ ଖବର