ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି କରୋନା ଭାଇରସ ମହାମାରୀରେ ଆକ୍ରାନ୍ତ ବ୍ୟକ୍ତିଙ୍କର ସଂଖ୍ୟା ୬୦୦୦ ଅତିକ୍ରମ କରିଛି। ବିଏମ୍ସି ଅଂଚଳରୁ ଆଜି ୩୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୦୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୭ ଜଣଙ୍କର ଯାତ୍ରା ବିବରଣୀ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରେନାର ଶିକାର ହୋଇଛନ୍ତି।
/sambad/media/post_attachments/wp-content/uploads/2020/08/54852ce3-62ff-4779-b1df-f4853a487013-794x1024.jpg)
ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୬୦୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୮୪୦ ଜଣ ସୁସ୍ଥ ହୋଇଥିବା ବେଳେ ୨୨୦୧ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୩୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ବାଣିବିହାର ପଥରବନ୍ଧରୁ ୧୪ ଜଣ, ରିଜର୍ଭ ପୁଲିସ କଲୋନିରୁ ୮ ଜଣ, ନିଳାଦ୍ରୀ ବିହାର ରିକ୍ସା କଲୋନିରୁ ୬ ଜଣ, ଡୁମଡୁମା ଏଚ୍ବି କଲୋନି, ବାରବାରି ସାହି, ନିଳାଦ୍ରୀ ବିହାର ପଣ୍ଡା ପାର୍କ ନିକଟ, ରାଧାକୃଷ୍ଣ ବସ୍ତିରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ଏକ ଘରୋଇ ହସ୍ପିଟାଲରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିନ୍ତାମଣିଶ୍ୱରସ୍ଥିତ ଏକ ମୁଢ଼ିମିଲ, ଭିଏସ୍ଏସ୍ ନଗର, ୭ମ ବାଟାଲିଅନ, ଗଜପତି ନଗର, ନୟାପଲ୍ଲୀରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/08/fd2b1802-130d-4e26-b636-6191d642d62b-838x1024.jpg)
ଆଜି ଚିହ୍ନଟ ମୋଟ୍ ୧୬୬ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ସହିଦ ନଗରରୁ ୧୦ ଜଣ ଅଛନ୍ତି। ସେହିପରି ପ୍ରଶାନ୍ତି ବିହାରରୁ ୫ ଜଣ, ନିଳାଦ୍ରୀ ବିହାର, ବଡ଼ଗଡ଼ ବ୍ରିଟ କଲୋନି, ଶୈଳଶ୍ରୀ ବିହାରରୁ ୪ ଜଣ ଲେଖାଏଁ, ଖଣ୍ଡଗିରି, ରବୀନ୍ଦ୍ର ମଣ୍ଡପ ନିକଟ, ଝାରପଡ଼ା ଜଗନ୍ନାଥ ନଗର, ରେଣ୍ଟାଲ କଲୋନିରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି।
/sambad/media/post_attachments/wp-content/uploads/2020/08/88288a4d-18b0-4e3e-ad53-2a9f0c70f11b-825x1024.jpg)
ଭୁବନେଶ୍ୱରରୁ ଆଜି ୧୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୟାପଲ୍ଲୀରୁ ୧୧ ଜଣ, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୮ଜଣ, ୟୁନିଟ-୪, ଲକ୍ଷ୍ମୀସାଗରରୁ ୭-୭ ଜଣ, ପଳାଶୁଣୀ ଗାଁରୁ ୬ ଜଣ, ବିଜେବି ନଗର, ଭିଏସ୍ଏସ୍ ନଗର ଏଚ୍ବି କଲୋନିରୁ ୪-୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Bhubaneswar-370-corona-found-19_thumb.jpg)