ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

କୋଭିଡ ରୋଗୀଙ୍କ ସହାୟତା ପାଇଁ ଫୋନ ନମ୍ବର ଜାରି

ଭୁବନେଶ୍ବର : କୋଭିଡ ମହାମାରୀର ଦ୍ବିତୀୟ ଲହରୀରେ ରାଜ୍ୟରେ ଲକ୍ଷାଧିକ ଲୋକ ସଂକ୍ରମିତ ହେବା ସହ ଅନେକ ମତ୍ୟୁମୁଖରେ ପଡ଼ୁଛନ୍ତି। ଏପରି ପରିସ୍ଥିତିରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଆଇସିସିର ନିଷ୍ପତ୍ତି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କୋଭିଡ କଣ୍ଟ୍ରୋଲ ରୁମ୍‌ ଗଠନ କରାଯାଇଛି। ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ବଜିତ୍‌ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭୁବନେଶ୍ବରରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି।

ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଦାଶ କହିଛନ୍ତି, ଏହି କଣ୍ଟ୍ରୋଲ ରୁମ୍‌ ଜରିଆରେ କୋଭିଡ୍‌ ସଂକ୍ରମଣ ରୋଗୀଙ୍କ ସମ୍ପର୍କୀୟ ଭୁବନେଶ୍ବରରେ ଏହି କଣ୍ଟ୍ରୋଲରୁମ୍‌ ସହ ଯୋଗାଯୋଗ କରି ଅକ୍ସିଜେନ୍‌, ହସ୍ପିଟାଲ୍‌ରେ ଆଇସିୟୁ, କୋଭିଡ୍‌ ପରୀକ୍ଷଣ କେନ୍ଦ୍ର ଓ କୋଭିଡ୍‌ ଟିକାଦାନ ସମ୍ପର୍କିତ ସମସ୍ତ ସୂଚନା ଓ ସହଯୋଗ ପାଇପାରିବେ।

କଣ୍ଟ୍ରୋଲରୁମ୍‌ ପାଇଁ ଗଠିତ କମିଟିରେ ସଦସ୍ୟ ରହିଥିବା ସୁବ୍ରତ ମହାପାତ୍ରଙ୍କୁ ଜିଲ୍ଲା କଂଗ୍ରେସ କମିଟି କଣ୍ଟ୍ରୋଲ ରୁମ୍‌ ଇନ୍‌ଚାର୍ଜ କରାଯାଇଛି। ତାଙ୍କ ଟେଲିଫୋନ୍‌ ନମ୍ବର ହେଉଛି ୯୧୩୨୭୮୫୬୨୪। ତାଙ୍କୁ ସହଯୋଗ କରିବା ପାଇଁ ଜୟକୃଷ୍ଣ ସୁବୁଦ୍ଧି (ମୋ-୭୦୦୮୧୪୪୦୧୩) କୋ-ଇନ୍‌ଚାର୍ଜ ଭାବେ କାର୍ଯ୍ୟ କରିବେ। ଅନ୍ୟମାନଙ୍କ ମଧ୍ୟରେ ମୋହନ ଜେନା (ମୋ-୭୯୭୮୩୬୫୬୫୯), ଆଶିଷ ମଲ୍ଲିକ (ମୋ- ୭୯୭୮୧୧୩୪୬୧), ପ୍ରମେଶ ସାହୁ (ମୋ-୯୭୭୮୮୧୨୭୦୭), ସେକ୍‌ ନିୟାକୁଲ ଇସଲାମ୍‌ (ମୋ-୭୦୦୮୯୪୬୫୪୪) ପ୍ରମୁଖ କଣ୍ଟ୍ରୋଲ ରୁମ୍‌ ସଦସ୍ୟ ରହିଛନ୍ତି।

ସେହିଭଳି ବ୍ଲକ୍‌ ସଂଯୋଜକ ଭାବେ ଭୁବନେଶ୍ବର ବ୍ଲକ-୧ ମନୋରଞ୍ଜନ ଜେନା (୭୯୭୮୭୩୨୩୩୮), ବ୍ଲକ-୨ ଅଶୋକ ଦାଶ (୯୯୩୭୭୩୨୬୨୫), ବ୍ଲକ-୩ ବ୍ରହ୍ମାନନ୍ଦ ସାହୁ (୯୦୭୮୧୨୮୯୬୦), ବ୍ଲକ-୪ ଅନୱର୍‌ ଖାଁ (୯୭୭୬୬୭୪୧୬୪), ବ୍ଲକ-୫ ଦେବରାଜ ମିଶ୍ର (୭୦୦୮୫୩୫୫୧୬), ବ୍ଲକ-୬ ଶ୍ରୀଧର ବଳିଆର ସିଂ (୬୩୭୧୩୩୫୯୮୬), ବ୍ଲକ-୭ ମିହିର ଆଚାର୍ଯ୍ୟ (୯୪୩୭୩୫୬୨୨୯), ବ୍ଲକ-୮ ମନୋରଞ୍ଜନ ବଟୁ (୮୨୪୯୩୧୪୨୪୪), ବ୍ଲକ-୯ ସେକ ଆଫତାବ ଅଲ୍ଲୀ (୮୦୯୩୬୯୪୭୯୭), ବ୍ଲକ-୧୦ ଇନ୍ଦ୍ରଜିତ ପରିଡ଼ା (୯୮୬୧୩୫୫୪୪୨)ଙ୍କୁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର