ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ଶୂନ୍ୟ ଛାୟା ଦିବସ। ପୂର୍ବାହ୍ନ ୧୧ଟା ୪୩ ମିନିଟ୍ରେ ଭୁବନେଶ୍ବରରେ ଯେକୌଣସି ଲମ୍ବ ଆକାରର ବସ୍ତୁର ଛାଇ ଦୃଶ୍ୟମାନ ହେବନାହିଁ। ପ୍ରାୟ ଦୁଇ ମିନିଟ୍ ପର୍ଯ୍ୟନ୍ତ ଏହି ଶୂନ୍ୟ ଛାୟା ସମୟ ରହିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଡ. ପଟ୍ଟନାୟକଙ୍କ ସୂଚନା ମୁତାବକ ପ୍ରାୟ ୨୫ରୁ ୩୦ ବର୍ଷ ପୂର୍ବେ ଭାରତରେ ଜ୍ୟୋତିର୍ବିଜ୍ଞାନୀମାନେ ଆଧିକାରିକ ରୂପେ ଏହି ଶୂନ୍ୟ ଛାୟା ଦିବସ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ମେ' ୨୧ ତାରିଖ ୧୧ଟା ୪୩ରେ ଭୁବନେଶ୍ବରରେ ଏହି ଶୂନ୍ୟ ଛାୟା ପ୍ରତୀୟମାନ ହେଉଛି।
ଏହା ସହିତ ଓଡ଼ିଶାର ମାଲ୍କାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ଶୂନ୍ୟ ଛାୟା ଗତ ଦୁଇରୁ ତିନି ଦିନ ପୂର୍ବରୁ ପ୍ରତୀୟମାନ ହୋଇସାରିଥିବା ବେଳେ ଆସନ୍ତା ୨୧ରେ ଭୁବନେଶ୍ବର, ୨୨ରେ କଟକ, ୨୩ରେ ବଲାଙ୍ଗୀର, ୨୮ରେ ସମ୍ବଲପୁର ଓ ବୁର୍ଲା, ୩୧ରେ ବାରିପଦା ଏବଂ ଶେଷରେ ଅର୍ଥାତ୍ ଜୁନ୍ ୨ରେ ରାଉରକେଲାରେ ଏହି ଶୂନ୍ୟ ଛାୟା ଦେଖିବାକୁ ମିଳିବ।
ଅପରପକ୍ଷରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ପକ୍ଷରୁ ମେ ୨୦ରୁ ଅର୍ଥାତ୍ ଆସନ୍ତାକାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଏକ ଘଣ୍ଟା ଅନ୍ଲାଇନ୍ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ସକାଳ ୧୧ଟା ୧୫ରୁ ୧୨ଟା ୧୫ ଯାଏ ଏହି ବୈଠକ ଚାଲିବ। ଆସନ୍ତାକାଲି ପାଇଁ ପ୍ଲାନେଟାରିୟମ୍ ପକ୍ଷରୁ ବୈଠକରେ ଯୋଗ ଦେବା ପାଇଁ ଜାରି କରାଯାଇଥିବା ବେଳେ ୨୧ ତାରିଖ ପାଇଁ ଓ ୨୨ ତାରିଖ ପାଇଁ ଜାରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/dj46d4j65dg4j56dg456j4dg56jdgjdgjdgjdgjdgjdgj.jpg)