ରାଜଧାନୀରେ ହାଇଡ୍ରାମା : ରାଜରାସ୍ତାରେ ପ୍ରେମୀଯୁଗଳଙ୍କ ରାଗରୁଷା, ସୃଷ୍ଟି କଲା ସୁଟିଂର ଭ୍ରମ

ଭୁବନେଶ୍ବର: ଅଧିକାଂଶ ପ୍ରେମିକ-ପ୍ରେମିକାଙ୍କ ଭିତରେ ମନୋମାଳିନ୍ୟ ଦେଖାଯାଏ । ରାଗରୁଷା, ମାନଅଭିମାନ, ପ୍ରେମ ଭିତରେ ବାରମ୍ବାର ଆସେ । ହେଲେ ସେହି ରାଗରୁଷା ଯେତେବେଳେ ରାଜଧାନୀ ରାଜରାସ୍ତାରେ ଚାଲେ ଏବଂ ଆତ୍ମହତ୍ୟା ଭଳି ଉଦ୍ୟମ ହୁଏ ତାହା ଖବର ପାଲଟିଯାଏ । ସୂଚନାନୁସାରେ, ଗତକାଲି ରାଜଧାନୀ ରାଜରାସ୍ତାରେ ଘଟିଯାଇଛି ଏହିଭଳି ଏକ ହାଇଡ୍ରାମା । ଭୁବନେଶ୍ୱର ବରମୁଣ୍ଡାରୁ ଭରତପୁର ଯାଇଥିବା ରାସ୍ତାର ଜଗନ୍ନାଥ ବିହାର ଅଂଚଳରେ ଏକ ପ୍ରେମୀ ଯୁଗଳଙ୍କ ଭିତରେ କିଛି ଏମିତି ଘଟିଥିଲା, ଯାହା ରାସ୍ତାରେ ଯାଉଥିବା ଲୋକଙ୍କୁ ଘଡ଼ିଏ ଅଟକାଇ ଦେଇଥିଲା ।

ଫିଲ୍ମର କାହାଣୀ ଭଳି ଲାଗୁଥିଲେ ବି ଏହା ଥିଲା ସଂପୂର୍ଣ୍ଣ ବାସ୍ତବ ଦୃଶ୍ୟ । ପ୍ରଥମେ ଏକ ସ୍କୁଟି ଆସି ରାସ୍ତାକଡ଼ରେ ଅଟକିଥିଲା । ଏଥିରେ ଥିବା ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଝିଅଟି ଏକ ଡିସଇନଫେକଟାଣ୍ଟ  ପିଇବାକୁ ଉଦ୍ୟମ କରିବାରୁ ଯୁବକ ଜଣକ ବ୍ୟସ୍ତ ହୋଇପଡ଼ିଥିଲେ ଓ ଅଟକାଇବାକୁ ଉଦ୍ୟମ କରିଥିଲେ । ପରେ ଯୁବତୀ ଏକ ଉଚ୍ଚ ସ୍ଥାନରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ। ଫଳରେ ଯୁବକ ତାଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ କରାଇବାକୁ ଲାଗିପଡ଼ିଥିଲେ।

ସେମାନଙ୍କ ଏହି ଭଳି ଦୌଡାଦୌଡି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଲୋକ ଅଟକି ଯାଇଥିଲେ । ଏତିକି ବେଳେ ସଂଜ୍ଞା ହରାଇ ତଳେ ପଡିଗଲେ ଯୁବତୀ । ପରେ ଯୁବକ ଓ ତାଙ୍କର ବନ୍ଧୁ ତାଙ୍କୁ ଉଠାଇ ହସ୍ପିଟାଲ ନେବାକୁ ଉଦ୍ୟମ କଲାବେଳେ ଯୁବତୀଙ୍କ ଚେତା ଫେରିଥିଲା । ଏହାପରେ ତାଙ୍କୁ ହସ୍ପିଟାଲ ନେବାକୁ ଚଲାଇ ଚଲାଇ ଏକ ଅଟୋପାଖକୁ ନେଇଥିଲେ ସଂପୃକ୍ତ ଯୁବକ । ହସ୍ପିଟାଲରେ ସଂପୃକ୍ତି ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର