ଭୁବନେଶ୍ୱର: ସ୍ୱଚ୍ଛତା କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଥିବା ଇନ୍ଦୋର ମେୟର ପୁଷ୍ୟମିତ୍ର ଭାର୍ଗବ ଆଜି ବିଏମସି ପରିଦର୍ଶନ କରି ଭୁବନେଶ୍ବର ସବୁଠୁ ସଫା ସହର ବୋଲି କହିଛନ୍ତି। ବିଏମ୍‌ସିରେ ପହଞ୍ଚିବା ପରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର ଓ କମିସନର ରାଜେଶ ପ୍ରଭାକର ପାଟିଲ ସ୍ୱାଗତ କରିଥିଲେ। ସହରରେ ସ୍ୱଚ୍ଛତା କିପରି ନାଗରିକ ସହଯୋଗ ପଦ୍ଧତିରେ ପରିଣତ ହୋଇଛି ତାହା ବେୟର ବର୍ଣ୍ଣନା କରିଥିଲେ। ଇନ୍ଦୋର ମେୟର ପରିମଳକୁ ଶୀର୍ଷରେ ରଖିବା ପାଇଁ ତିନିଟି ପଦକ୍ଷେପ ନେଉଥିବା କହିଥିଲେ। ସହରବାସୀଙ୍କ ସକ୍ରିୟ ଅଂଶଗ୍ରହଣ, ସଫେଇ ମିତ୍ରଙ୍କ ଦ୍ୱାରା ଉତ୍ସର୍ଗୀକୃତ ସେବା ଓ ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳତା। ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ ସଂଯୋଜନା କରିଥିବା ବେଳେ ସହକାରୀ କମିସନର ଏନ. ଗଣେଶ ବାବୁ ଧନ୍ୟବାଦ ଦେଇଥିଲେ।