ଭୁବନେଶ୍ବର: ଭୁବନେଶ୍ବରରୁ ରାଜସ୍ଥାନ ଜୟପୁରକୁ ସିଧାସଳଖ ବିମାନ ଚଳାଚଳ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଛି ମାରୱାଡ଼ି ସମାଜ। ରାଜଧାନୀରେ ଥିବା ମାରୱାଡ଼ି ସମାଜର ସମସ୍ତ ସଂଗଠନର ପ୍ରତିନିଧିମାନେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି କୃତଜ୍ଞତା ଜଣାଇବା ସହ ରାଜସ୍ଥାନୀ ପଗଡ଼ି ପିନ୍ଧାଇ ସମ୍ମାନିତ କରିଥିଲେ। ଏଥିରେ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ଭୁବନେଶ୍ୱର ମାରୱାଡ଼ି ସୋସାଇଟିର ପୂର୍ବତନ ସଭାପତି ମହେନ୍ଦ୍ର ଗୁପ୍ତା, ବାବା ରାମଦେବ ରନିଚେୱାଲା ଟ୍ରଷ୍ଟର ସଭାପତି ଲକ୍ଷ୍ମଣ ମହିପାଲ, ଲାଲଚାନ୍ଦ ମୋହତା, ଅଳ୍ପସଂକ୍ଷକ ରାଷ୍ଟ୍ରୀୟ ସଦସ୍ୟ ପ୍ରକାଶ ବେଟାଲା, ଉଦ୍ୟୋଗପତି ସତୀଶ ଗର୍ଗ, ଜୈନ ସମାଜର ଶୁଭକାରଣ ଭୁରା ଏବଂ ନବରତନ ବୋଥ୍ରା, ମହେଶ୍ୱରୀ ସମାଜରୁ ଘନଶ୍ୟାମ ପେଡ଼ିୱାଲ, ଉତ୍କଳ ପ୍ରଦେଶର ମାରୱାଡ଼ି ସମ୍ମିଳନୀ କଟକ ଶାଖାର ସଭାପତି ସୁରେଶ କାମାନି, ମାରୱାଡ଼ି ଯୁବାମଞ୍ଚ, କଟକ ସଭାପତି ସଚିନ ଉଦୟପୁରିଆ ଏବଂ ପ୍ରକାଶ ଅଗ୍ରୱାଲ, ଅବିନାଶ କେଡ଼ିଆ, କିଶୋର ଆଚାର୍ଯ୍ୟ, ବିପ୍ର ଫାଉଣ୍ଡେସନ୍ ତରଫରୁ ଓମ୍ ପ୍ରକାଶ ମିଶ୍ର, ରାଧେଶ୍ୟାମ ଶର୍ମା, ବିଶ୍ୱନାଥ ଶର୍ମା, ମାରୱାଡ଼ି ଯୁବା ମଞ୍ଚ ଭୁବନେଶ୍ୱର ଶାଖା ସଭାପତି ମନୀଷ ଖଣ୍ଡେଲୱାଲ, କିଶନ ବାଲୋଡିଆ ପ୍ରମୁଖ ଉପସ୍ଥିତ ଥିଲେ। ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ୍ ଟ୍ରଷ୍ଟର ପ୍ରତିଷ୍ଠାତା ବିଜେପି ଯୁବ ନେତା ଉମେଶ ଖଣ୍ଡେଲୱାଲଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଭୁବନେଶ୍ବର-ଜୟପୁର ବିମାନ ଚଳାଚଳ: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଲା ମାରୱାଡ଼ି ସମାଜ
/sambad/media/post_attachments/wp-content/uploads/2021/10/54654xfh65sfhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)