ରାଜଧାନୀରେ ଲୁଟ୍‌ର ଶିକାର ହେଲେ ଯୁବତୀ; ୨୦ ହଜାର ଟଙ୍କା-ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଭୁବନେଶ୍ବର ଅସୁରକ୍ଷିତ ହୋଇପଡ଼ିଛି। ବିଶେଷ କରି ମହିଳାମାନେ ସୁରକ୍ଷିତ ଭାବେ ଚଳପ୍ରଚଳ କରିପାରୁ ନାହାନ୍ତି। ଲୁଟେରାମାନେ ମହିଳାମାନଙ୍କୁ ଟାର୍ଗେଟ କରୁଛନ୍ତି। ଆଜି ସହିଦନଗର ଥାନା ସମ୍ମୁଖରେ ଜଣେ ଯୁବତୀଙ୍କ ଠାରୁ ଲୁଟ ଦୁର୍ବୃତ୍ତମାନେ ୨୦ ହଜାର ଟଙ୍କା, ମୋବାଇଲ ଓ ଏଟିଏମ୍‌ କାର୍ଡ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଲୁଟର ଶିକାର ହୋଇଥିବା ସମିତା ପାତ୍ର ନାମକ ଜଣେ ଯୁବତୀ ଏଭଳି ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ ସମିତା ପାତ୍ର ସହିଦ ନଗର ଥାନା ସମ୍ମୁଖ ଓଭର ବ୍ରିଜ ଦେଇ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି  ଭ୍ୟାନିଟି ବ୍ୟାଗ ଛଡ଼ାଇନେଲେ। ବ୍ୟାଗରେ ୨୦ ହଜାର ଟଙ୍କା, ମୋବାଇଲଓ ଏଟିଏମ ଥିଲା। ଦୁର୍ବୃତ୍ତମାନେ ହେଲମେଟ ପିନ୍ଧିଥିଲେ ଓ ବ୍ୟାଗ୍‌ ଲୁଟ୍‌ କରିବା ପରେ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ। ସମିତା ପାତ୍ର ଆହତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର