ୱାର୍ଡ ନଂ. ୧୬- ୱାର୍ଡ ପରିସୀମା: କଳିଙ୍ଗ ହସ୍ପିଟାଲ, ଅରଣ୍ୟ ଭବନ, ମୈତ୍ରୀବିହାର, ସତ୍ୟମ୍ କମ୍ପ୍ୟୁଟର୍, ନାଲ୍କୋ ଭବନ, ମେ’ ଫେୟାର୍ ହୋଟେଲ, ବିଜୁ ପଟ୍ଟନାୟକ କଲେଜ, ବାଜପେୟୀନଗର, ତାରିଣୀ ନଗର, ମେ’ ଫେୟାର୍ ନଗର, ନୀଳଚକ୍ର ନଗରର କିଛି ଅଂଶ, ଘନଶ୍ୟାମ ଆପାର୍ଟମେଣ୍ଟ, ଜ୍ୟୋତ୍ସ୍ନା ଆପାର୍ଟମେଣ୍ଟ
( ଭୋଟର୍: ୩୬୬୯- ପୁରୁଷ: ୨୦୫୬,ମହିଳା: ୧୬୧୩)
୨୦୦୯ର ପୂର୍ବତନ ଡେପୁଟି ମେୟର ତଥା ୧୬ନମ୍ବର ୱାର୍ଡର ପୂର୍ବତନ କର୍ପୋରେର୍ଟର୍ ରାଜଧାନୀ ରାଜନୀତି ମଇଦାନରୁ ଓହରୁଥିବା ନେଇ ଗତକାଲି ପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଥିଲା। ମାତ୍ର ଆଜି ନିଷ୍ପତ୍ତି ବଦଳାଇଥିବା ସୂଚନା ମିଳିଛି। ନିଜ ୱାର୍ଡ ୧୬ ନମ୍ବର ନ ହେଲେ ୨୬ନମ୍ବରରୁ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି।
ର୍ଭାରତୀ ସିଂ ‘ସମ୍ବାଦ’କୁ କହିଛନ୍ତି, ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଠିକ୍ ସମୟରେ ସ୍ଥିର କରିବି। ଯଦି ଦେଖାଯାଏ ୧୬ ନମ୍ବର ୱାର୍ଡ ଅଣସଂରକ୍ଷିତ ରହିଛି। ୨୧ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର୍ ପ୍ରେମାନନ୍ଦ ଜେନାଙ୍କ ନିଜ ଘର ୧୬ନମ୍ବରରେ। ଏଥିସହ ପୂର୍ବରୁ ସେଠାରେ କର୍ପୋରେଟର୍ ଥିଲେ। ତେଣୁ ସେଠାରୁ ବିଜେଡି ପ୍ରାର୍ଥୀ ହେବାକୁ ପ୍ରମୁଖ ଦାବିଦାର। ଏହାବ୍ୟତୀତ ଅବଧୂତ ସ୍ବାଇଁ, ଆନନ୍ଦ ବେହେରାଙ୍କ ନାଁକୁ ନେଇ ବି ଶୁଣିବାକୁ ମିଳୁଛି। ସେହିପରି ବିଜେପିରୁ ବି ଏଠାରେ ଏକାଧିକ ଆଶାୟୀଙ୍କ ନାଁ ଚର୍ଚ୍ଚା ହେଉଛି। ବିଜେପିରୁ ପୁଷ୍ପଲତା ନାଥ, ବିକାଶ ଚୌଧୁରୀ, କୁନା ମହାନ୍ତି, ପ୍ରମୋଦ ଦୀପ୍ଙ୍କ ନାଁ ଆଗରେ ରହିଛି।
ୱାର୍ଡ :ନଂ୨୧- ୱାର୍ଡ ପରିସୀମା: ଶକ୍ତି ନଗର, ଶ୍ରୀରାମ ନଗରର କିଛି ଅଂଶ, ନିରଙ୍କରୀ ନଗର, ଜନତା ନଗରର କିଛି ଅଂଶ, ଆଦିବାସୀ ଗାଁ, ସ୍ବାଧୀନ ନଗରର କିଛି ଅଂଶ, ଆଦିବାସୀ ପଡ଼ିଆ ଅଞ୍ଚଳ, ଜୟଦେବ ନଗର
( ଭୋଟର୍: ୧୮,୦୩୨-ପୁରୁଷ: ୧୦,୧୫୪, ମହିଳା: ୭୮୭୨, ତୃତୀୟ ଲିଙ୍ଗ: ୬)
୨୦୧୪ରେ ୨୧ ନମ୍ବର ୱାର୍ଡରୁ ୨୧ଜଣ ପ୍ରାର୍ଥୀ ଥିଲେ। ଏଠାରୁ ବିଜେଡି ପ୍ରାର୍ଥୀ ପ୍ରେମାନନ୍ଦ ଜେନା ୧୭୮୦ ଭୋଟ୍ରେ ବିଜୟ ହୋଇଥିଲେ। ଏଥର ଏହି ୱାର୍ଡ ଅନୁସୂଚିତ ଜାତି(ଏସ୍ସି)ଙ୍କ ଲାଗି ସଂରକ୍ଷିତ ରହିଛି। ତେଣୁ ବିଜେଡି ଏଠାରେ ନୂଆମୁହଁ ଦେବା ଥୟ। ଟିକେଟ୍ ଦୌଡ଼ରେ ପୂଜା ବେହେରା, ପୂର୍ବତନ କର୍ପୋରେଟର୍ ଝୁନୁବାଳା ଦେଇ, ମନୋଜ ମଲ୍ଲିକ, ଆନନ୍ଦ ବେହେରା, ଗୌରାଙ୍ଗ ବେହେରାଙ୍କ ନାଁ ବିଜେଡିରେ ଚର୍ଚ୍ଚା ହେଉଛି। ବିଜେପିରୁ ବି ଏକାଧିକ ଆଶାୟୀ ଦୌଡ଼ରେ ରହିଛନ୍ତି। ସୁଚିତ୍ରା ବେହେରା, ରାଜେଶ୍ବରୀ ସେଠୀ, ଜୟନ୍ତୀ ପାତ୍ର, ସୁଭଦ୍ରା ଦୀପ୍ଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।
ପୂର୍ବତନ କର୍ପୋରେଟର୍ ଶ୍ରୀ ଜେନା କହିଛନ୍ତି ୱାର୍ଡରେ ରାସ୍ତା, ଡ୍ରେନ୍, ଲାଇଟ୍, ପାଣି ସମସ୍ୟାର ସମାଧାନ ହୋଇଛି। ରାସନ୍କାର୍ଡ ବଣ୍ଟନ ହୋଇଛି, ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛି। କ୍ଲବ୍ ଘର କରାଯାଇଛି। ଯାହା କିଛି ରାସ୍ତା ବାକି ରହିଛି, ଜାଗା ମିସନ୍ରେ ତାହାର କାମ ହେଉଛି।
ୱାର୍ଡ - ନଂ୨୬- ୱାର୍ଡ ପରିସୀମା: ନୀଳଚକ୍ର ନଗର, ତାରିଣୀ ନଗରର କିଛି ଅଂଶ, ସାରଣପଲ୍ଲୀ, ଦାଶରଥୀ ଆପାର୍ଟମେଣ୍ଟ, ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ
( ଭୋଟର୍: ୭୦୩୧-ପୁରୁଷ: ୪୦୧୪, ମହିଳା: ୩୦୧୩, ତୃତୀୟ ଲିଙ୍ଗ: ୪
ରୋଚକ ମୋଡରେ ୱାର୍ଡ ନମ୍ବର ୨୬ର ପ୍ରାର୍ଥୀ ଚୟନ। ଅନୁସୂଚିତ ଜନଜାତି(ଏସ୍ଟି) ମହିଳାଙ୍କ ଲାଗି ଏହି ୱାର୍ଡ ସଂରକ୍ଷିତ ରହିଥିବାରୁ ପୂର୍ବତନ କର୍ପୋରେଟର୍ ଝୁନୁବାଳା ଦେଇ ପ୍ରାର୍ଥୀ ହୋଇପାରିବେ ନାହିଁ। ତେଣୁ ସାଲିଆସାହି ବସ୍ତିର ବିଜେଡିର ଦୁଇ ହେଭିୱେଟ୍ ମହିଳା ଯଥା ପୂର୍ବତନ କର୍ପୋରେଟର୍ ବାସନ୍ତୀ ସିଂ ଓ ଭାରତୀ ସିଂଙ୍କ ଆଖି ଏବେ ୨୬ ନମ୍ବର ୱାର୍ଡରେ। ମାତ୍ର ବାସନ୍ତୀ ସିଂ ଏଠାରୁ ବିଜେଡି ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ସୃଷ୍ଟି ହୋଇଛି। ବିଜେପିରୁ ମାଳତୀ ହେମ୍ବ୍ରମ୍ ଓ ସୀମା ମୁର୍ମୁ ପ୍ରାର୍ଥୀ ହୋଇପାରନ୍ତି। ଉଭୟ ନିଜନିଜ ସ୍ତରରେ ଲବି ଆରମ୍ଭ କରିଦେଇଛନ୍ତି।
ପୂର୍ବତନ କର୍ପୋରେଟର୍ ଝୁନୁବାଳାଙ୍କ କହିବାନୁଯାୟୀ, ସଂରକ୍ଷଣ ବଦଳି ଥିବାରୁ ୨୧ ନମ୍ବର ୱାର୍ଡରୁ ଛିଡ଼ା ହେବାକୁ ଲକ୍ଷ୍ୟ ରହିଛି। ଏନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ଗତ ୮ବର୍ଷ ମଧ୍ୟରେ ୱାର୍ଡର ବିକାଶ ହୋଇଛି। ଯାହା ପ୍ରତିଶ୍ରୁତି ଦେଇଥିଲି ତାହା ପୂରଣ କରିଛି। ରାସ୍ତା, ଡ୍ରେନ୍, ଭତ୍ତା, ପାଣି ସୁବିଧା କରାଯାଇଛି। ଦୁଇଟି ଡ୍ରେନ୍ ବାକି ରହିଛି। ସେଥିପାଇଁ ଟେଣ୍ଡର୍ ସରିଥିବାରୁ ଖୁବ୍ଶୀଘ୍ର କାମ ହେବ। ଲୋକଙ୍କ ନିକଟରେ ମୌଳିକ ସୁବିଧା ପହଞ୍ଚାଇବାକୁ ଚେଷ୍ଟା କରିବି।