ଭୁବନେଶ୍ୱର ମ୍ୟୁଜିକ୍‌ ସର୍କଲ୍‌ ବାର୍ଷିକ ସଙ୍ଗୀତ ଉତ୍ସବ

ଭୁବନେଶ୍ୱର : ଭୁବନେଶ୍ୱର ମ୍ୟୁଜିକ୍‌ ସର୍କଲ୍‌ (ବିଏମ୍‌ସି)ର ବାର୍ଷିକ ସଙ୍ଗୀତ ଉତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା। ସ୍ୱର୍ଣ୍ଣ ଖୁଣ୍ଟିଆଙ୍କ ହିନ୍ଦୁସ୍ତାନୀ ଭାଓଲିନ୍‌ ବାଦନରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ପଣ୍ଡିତ୍‌ ହର୍‌ମୋହନ ଖୁଣ୍ଟିଆ ତାଙ୍କୁ ତାବ୍‌ଲାରେ ସହଯୋଗ କରିଥିଲେ। ପରେ ପରେ ପଣ୍ଡିତ ଭେଙ୍କଟେଶ୍‌ କୁମାରଙ୍କ କଣ୍ଠରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଶୁଣିବାକୁ ମିଳିଥିଲା। ଏଥିରେ ତାଙ୍କୁ ତାବଲାରେ କେଶବ ଯୋଶୀ ଓ ହାର୍‌ମୋନିୟମ୍‌ରେ ଆକାଶ ରଞ୍ଜୀବ ବିଶ୍ୱାଳ ସହଯୋଗ କରିଥିଲେ। ଆଜିର ସନ୍ଧ୍ୟାରେ ଅତିଥି ଭାବେ ଡ. ପ୍ରିୟମ୍ବଦା ମହାନ୍ତି ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ଅରବିନ୍ଦ ବେହେରା ଓ ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ଏଥିରେ ଯୋଗ ଦେଇଥିଲେ। କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର