ଭୁବନେଶ୍ୱର ମ୍ୟୁଜିକ ସର୍କଲ ବାର୍ଷିକ ସଙ୍ଗୀତ ଉତ୍ସବ

ଭୁବନେଶ୍ୱର :ଭୁବନେଶ୍ୱର ମ୍ୟୁଜିକ ସର୍କଲ(ବିଏମ୍‌ସି)ର ବାର୍ଷିକ ସଙ୍ଗୀତ ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ସନ୍ଧ୍ୟାରେ ପ୍ରଥମେ ସଙ୍ଗୀତା ପଣ୍ଡାଙ୍କ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବାକୁ ମିଳିଥିଲା। ତାଙ୍କୁ ବାଦ୍ୟଯନ୍ତ୍ରରେ ତାପସ ପାଉଲ୍‌, କ୍ଷୀତି ପ୍ରକାଶ ମହାପାତ୍ର, ସୃଷ୍ଟି ମିଶ୍ର ସହଯୋଗ କରିଥିଲେ। ପରେ ପରେ ଏନ୍‌. ପାର୍ଥସାରଥୀଙ୍କ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବାକୁ ମିଳିଥିଲା। ବାଦ୍ୟଯନ୍ତ୍ରରେ ରାଧିକା ଶ୍ରୀନିବାସନ୍‌, ପି ବିଦ୍ୟାସାଗର, ବି ଜନରଧନ୍‌ ସହଯୋଗ କରିଥିଲେ। ଅତିଥି ଭାବେ ଗୁରୁ ଗୋପାଳଚନ୍ଦ୍ର ପଣ୍ଡା, ନାଲ୍‌କୋର ପୂର୍ବତନ ନିର୍ଦେଶକ ବ୍ରଜକିଶୋର ମିଶ୍ର, ପୂର୍ବତନ ଦୂରଦର୍ଶନ କେନ୍ଦ୍ର ନିର୍ଦେଶକ ବୈକୁଣ୍ଠନାଥ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଡ. ଅରବିନ୍ଦ ବେହେରା ଓ ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର