ଭୁବନେଶ୍ୱର : ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ସୁମଧୁର ମୂର୍ଚ୍ଛନାର ଗୁଞ୍ଜରଣ ଶୁଭୁଥିଲା ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ। ଅବସର ଥିଲା ‘ଭୁବନେଶ୍ୱର ମ୍ୟୁଜିକ ସର୍କଲ’ ପକ୍ଷରୁ ଆୟୋଜିତ ସଙ୍ଗୀତ ସନ୍ଧ୍ୟାର। ଏଥିରେ କଣ୍ଠଶିଳ୍ପୀ ମନ୍ଦାକିନୀ ସ୍ୱାଇଁ ଗୀତ ଗାଇଥିବା ବେଳେ ତବଲାରେ ଜିତେନ୍ଦ୍ର ସ୍ୱାଇଁ ଏବଂ ହାରମୋନିୟମରେ ଆକାଶ ରଞ୍ଜୀବ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ। ୭ବର୍ଷ ବୟସରୁ ହିନ୍ଦୁସ୍ଥାନୀ ସଙ୍ଗୀତ ପ୍ରତି ଆକର୍ଷିତ ହୋଇ ଗୀତ ଶିଖିଥିଲେ ମନ୍ଦାକିନୀ। ନିୟମିତ ହିନ୍ଦୀ, ସଂସ୍କୃତ ଏବଂ ଓଡ଼ିଆ ଭାଷାର ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିବାରେ ସେ ପୂରା ସିଦ୍ଧହସ୍ତ। ଭାରତ ସମେତ ବାହାରେ ୨୦ରୁ ଉର୍ଧ୍ୱ ସ୍ଥାନରେ ଗୀତ ଗାଇବାର ସୁଯୋଗ ପାଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ପଣ୍ଡିତ ମହେଶ୍ୱର ରାୟ, ଅରୁଣ ରଥ ଓ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଭାପତି ଅରବିନ୍ଦ ବେହେରା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।
ଭୁବନେଶ୍ୱର ମ୍ୟୁଜିକ ସର୍କଲ ସଙ୍ଗୀତ ସନ୍ଧ୍ୟା
/sambad/media/post_attachments/wp-content/uploads/2018/03/music.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)