ଚନ୍ଦ୍ରଶେଖରପୁର : ଭୁବନେଶ୍ୱର ନ୍ୟୁ-ଷ୍ଟେସନ୍‌ରେ ଫୁଟ୍‌ ଓଭରବ୍ରିଜ୍‌ (ଏଫ୍‌ଓବି) ନିର୍ମାଣ ସମ୍ବନ୍ଧୀୟ ନିରାପତ୍ତା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ରବିବାର ଦିନ କିଛି ଲୋକାଲ ପାସେଞ୍ଜର ଟ୍ରେନ୍‌ଗୁଡ଼ିକର ଚଳାଚଳ ବାତିଲ କରାଯାଇଥିବା ପୂର୍ବତଟ ରେଳପଥ ବିଭାଗ ପକ୍ଷରୁ ସୂଚନା ମିଳିଛି। କଟକ-ପାରଦୀପ, କଟକ-ଭଦ୍ରକ ପାସେଞ୍ଜର୍‌ ରବିବାର ଦିନ ଉଭୟ ଦିଗରୁ ବାତିଲ ହେବା ନେଇ ସୂଚନା ମିଳିଛି। ସେହିପରି ପଲାସା-କଟକ ପାସେଞ୍ଜର କେବଳ ପଲାସା ଏବଂ ମଞ୍ଚେଶ୍ୱର ମଧ୍ୟରେ ଚଳାଚଳ କରିବ। ମଞ୍ଚେଶ୍ୱର ଓ କଟକ ମଧ୍ୟରେ ଏହି ସେବା ବାତିଲ ନେଇ ସୂଚନା ମିଳିଛି। ସେହିପରି ବ୍ରହ୍ମପୁର-କଟକ କେବଳ ବ୍ରହ୍ମପୁର ଏବଂ ଖୋର୍ଧାରୋଡ୍‌ ଷ୍ଟେସନ୍‌ ମଧ୍ୟରେ ଚଳାଚଳ କରିବ। କଟକ-ପୁରୀ ପାସେଞ୍ଜର କଟକ ଏବଂ ଖୋର୍ଧା ରୋଡ୍‌ ମଧ୍ୟରେ ବାତିଲ୍‌ ହେବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।