ବିଶ୍ବ ହକର ଦିବସ ପାଳିଲା ‘ଭୁବନେଶ୍ବର ଖବରକାଗଜ ବିତରକ ସମନ୍ବୟ ସଂଘ’

ଭୁବନେଶ୍ବର: ବିଶ୍ବ ହକର୍‌ ଦିବସ ଅବସରରେ ଭୁବନେଶ୍ବରରେ ଥିବା ସମସ୍ତ ଖବରକାଗଜ ବିତରକ ଆସୋସିଏସନ୍‌ର ମିଳିତ ସହଯୋଗରେ ଏକ ସମନ୍ବୟ କମିଟି ଗଠିତ ହୋଇଯାଇଛି। ଏହାର ମୂଳ ଲକ୍ଷ୍ୟ, ସହରର ସମସ୍ତ ବିତରକମାନଙ୍କ ସାମାଜିକ ସୁରକ୍ଷା, ଆର୍ଥିକ ଉନ୍ନତି ଏବଂ ସମାଜରେ ଖବରକାଗଜ ବିତରକମାନେ ସମ୍ମାନର ସହ ବଞ୍ଚିବାର ହକ୍‌ ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରଖିବା। ଏହାସହ ଉକ୍ତ ସଂଗଠନର ନୂଆ କରି ନିର୍ବାଚିତ ହୋଇଥିବା ସମସ୍ତ କର୍ମକର୍ତ୍ତା ଆଗାମୀ ଦିନରେ ‘ଭୁବନେଶ୍ବର ଖବରକାଗଜ ବିତରକ ସମନ୍ବୟ ସଂଘ’ ପାଇଁ ଓ ସମସ୍ତ ହକର ଭାଇମାନଙ୍କ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ।

ଏହି ସଂଗଠନର କାର୍ଯ୍ୟକର୍ତ୍ତା ତଥା ସଭାପତି ଅଭୟ ଯୋଗାଣିଆ, ଉପସଭାପତି ସମ୍ପଦ ସାହୁ, ସମ୍ପାଦକ କମଳାକାନ୍ତ ଖାମୁରାଇ, ସହ ସମ୍ପାଦକ ଗୋବର୍ଦ୍ଧନ ପାଳ, କୋଷାଧ୍ୟକ୍ଷ ରବୀନ୍ଦ୍ର ଜେନା, ସହ କୋଷାଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, ଉପଦେଷ୍ଟା ଅରୁଣ ଦେ’ ଓ କାର୍ଯ୍ୟକାରୀ ସଭ୍ୟ ପ୍ରଦୀପ୍ତ ବେହେରା, ସୁଶାନ୍ତ ରାଉତ, ଭାସ୍କର ସାହୁ, ସୁରେଶ ପାତ୍ର, ଅଜିତ୍‌ ସାହୁ, ରବୀନ୍ଦ୍ର ସାହୁ, ମାୟାଧର ପୋହି, ଦିବାକର ସାହୁ, ସନ୍ତୋଷ ପଣ୍ଡା, ଅରୁଣ ପ୍ରଧାନ, ଦିଲ୍ଲୀପ ଜେନା, ନିମାଇଁ ଚରଣ ତ୍ରିପାଠୀ, ନୀଳମଣି ସାହୁ, ପି. ସତ୍ୟନାରାୟଣ, ପ୍ରହଲ୍ଲାଦ ଜେନା, ସୁଶାନ୍ତ ନାୟକ, ସୁବ‌‌ାସ ଚନ୍ଦ୍ର ପଣ୍ଡା ଓ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର