ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ: ବିଜେଡିରେ ଯୋଗଦେଲେ ବିଜେପି ନେତା

ଚନ୍ଦ୍ରଶେଖରପୁର: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସିର ୫, ୧୦, ୧୬, ୧୭, ୨୦, ୨୧, ୨୨ ଓ ୨୬ ନମ୍ବର ୱାର୍ଡର ବିଜେପି ନେତା ଓ କର୍ମୀମାନେ ଆଜି ଶଙ୍ଖଭବନଠାରେ ବିଜେଡିରେ ଯୋଗଦେଇଛନ୍ତି। ଉତ୍ତର ବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ପାତ୍ର ସେମାନଙ୍କୁ ଉପଢୌକନ ଦେଇ ସ୍ୱାଗତ କରିଥିଲେ। ଏମାନଙ୍କ ଯୋଗଦାନ ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନକୁ ଆହୁରି ମଜଭୂତ କରିବ ବୋଲି ବିଧାୟକ ଶ୍ରୀ ରାଉତ କହିଛନ୍ତି। ବିଜେଡିରେ ସାମିଲ ହୋଇଥିବା ନେତାମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାହାକୁ ସୂଚାରୁରୂପେ ତୁଲାଇବୁ। ଏହି ମିଶ୍ରଣ ପର୍ବରେ ପୂର୍ବତନ ଡେପୁଟି ମେୟର ତଥା କର୍ପୋରେଟର ଭାରତୀ ସିଂହ, ପ୍ରେମାନନ୍ଦ ଜେନା, ଅଚ୍ୟୁତାନନ୍ଦ ସ୍ୱାଇଁ, ପୂଜା ବେହେରା, ମିନୁଶ୍ରୀ ଖୁଣ୍ଟିଆ, ପୂର୍ବତନ କର୍ପୋରେଟର ବାସନ୍ତୀ ସିଂ, ଝୁନୁବାଳା ଦେଇ, ନିର୍ମଳ ରାଉତ, ବିଜେଡି ନେତା ଦାଶରଥୀ ନାୟକ, ଭୋଳାନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ବିଜେପି ଭୁବନେଶ୍ୱର ଗ୍ରାମ୍ୟ ମଣ୍ଡଳ ଉପସଭାପତି ପ୍ରଦୀପ ପତି, କୋଷାଧ୍ୟକ୍ଷା ବନ୍ଦନାରାଣୀ ପଟ୍ଟନାୟକ, ପୂର୍ବତନ ବିଜେପି ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବେହେରା, ଭୁବନେଶ୍ୱର ଜିଲ୍ଲା ବିଜେପି ଉପସଭାପତି ଦେବେନ୍ଦ୍ର ପତି, ସୁନୀତା ପତି, ଜିଲ୍ଲା ସମ୍ପାଦକ ଦୀନବନ୍ଧୁ ଦାସ, ଚୈତନ୍ୟ ଦାସ, ବିଜେପି ବାଣୀବିହାର ମଣ୍ଡଳ ସଭାପତି ମନୋଜ ସାହୁ, ସମାଜସେବୀ ଲକ୍ଷ୍ମୀଧର ପାତ୍ର, ଶଙ୍କର ରାଜଭର, ବିସ୍କା ରେଡ୍ଡୀ ପ୍ରମୁଖ। ସେହିପରି ମନୋରଞ୍ଜନ ବିଶ୍ବାଳ, ପ୍ରଦୀପ ବେହେରା, ଦୀପକ ପାତ୍ର, ସଂଗ୍ରାମ ସାମନ୍ତରାୟ, ରାମଚନ୍ଦ୍ର ମହାକୁଡ଼, ଲକ୍ଷ୍ମୀଧର ପାତ୍ର, ସୁରେନ୍ଦ୍ର ସାହୁ, ମହାଦେବ ବାରିକ, ଟୁଲୁ ସାହୁ, ହୃଷୀକେଶ ପାଣିଗ୍ରାହୀ, ଭଞ୍ଜନ ସାହୁ, ମୀନତି ସାହୁ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଝରଣା ରାଉତ, ରଞ୍ଜିତା ବିଶ୍ୱାଳ, ରମେଶ ସାହୁ, ଦୀପା ଦାସ, ଜେ. ସୀମାଞ୍ଚଳ ରାଓ, ଚିନ୍ମୟୀ ମଲ୍ଲ, ଅଶୋକ କୁମାର ସାହୁ, ସସ୍ମିତା ମହାପାତ୍ର, କୃଷ୍ଣଚନ୍ଦ୍ର ସାହୁ, ବିପିନ କୁମାର ସ୍ୱାଇଁ, ଅକ୍ଷୟ ପାତ୍ର, ନିରଞ୍ଜନ ବେହେରା, ତାରିଣୀ ପାତ୍ର, ରଞ୍ଜନ କୁମାର ବେହେରା, ସୁକଦେବ ସିଂ, ରାଜକିଶୋର ସାହୁ, ଲକ୍ଷ୍ମୀପ୍ରିୟା ପ୍ରଧାନ, ମମତା ସ୍ୱାଇଁ, ଅକ୍ଷୟ ଦାସଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଧନ୍ୟବାଦ‌ ଦେଇଥିଲେ।

ସମ୍ବନ୍ଧିତ ଖବର