ଭୁବନେଶ୍ୱର ରନ୍‌ୱେ ସପ୍ତାହ

ଭୁବନେଶ୍ୱର : ଆକର୍ଷଣୀୟ ଡିଜାଇନ୍‌ର ପୋଷାକ ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସମସ୍ତଙ୍କର ଇଚ୍ଛା ରହିଥାଏ। ତାହାକୁ ଦୃଷ୍ଟିରେ ରଖି ଫ୍ୟାସନ୍‌ ଡିଜାଇନର୍‌ମାନେ ଭଳିକି ଭଳି ଡ୍ରେସ୍ ଡିଜାଇନ୍ ପ୍ରସ୍ତୁତ କରିଥାନ୍ତି। ସାଧାରଣ ଲୋକଙ୍କ ଏଭଳି ଆଶାକୁ ପୂରଣ କରିବା ପାଇଁ ପ୍ରିଲ୍ୟୁଡ୍‌, ଆଡିକ୍ସନ୍ ଓ ଫ୍ୟାସନ୍‌ ମ୍ୟାନେଜମେଣ୍ଟର ମିଳିତ ସହଯୋଗରେ ଭୁବନେଶ୍ୱର ରନ୍‌ୱେ ସପ୍ତାହ ଓ କର୍ପୋରେଟ୍ ଆଇକନ୍ ଆୱାର୍ଡସର ତୃତୀୟ ସଂସ୍କରଣ ଜୟଦେବ ବିହାରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୬ଜଣ ବଛାବଛା ଡିଜାଇନର୍‌ ଯୋଗଦେଇ ବିଭିନ୍ନ ପ୍ରକାର ଡିଜାଇନ୍‌ ପ୍ରଦର୍ଶନ କରିଥିଲେ। ଯେଉଁଥିରେ ବ୍ରାଇଡାଲ୍ କଲେକସନ୍‌, ହ୍ୟାଣ୍ଡଲୁମ୍‌, ରେଡ଼୍ କାରପେଟ୍‌, ପାର୍ଟି କଲେକସନ୍‌ ସହ ଓଡ଼ିଶାର ପରମ୍ପରା, କଳା କାରିଗରଭିତ୍ତିକ ପୋଷାକ ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱର ରନ୍‌ୱେ ସପ୍ତାହର ନିର୍ଦ୍ଦେଶକ ଜୋନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଡିଜାଇନର ପାରୁଲ୍ ଖୈତାନ୍, ସୌମ୍ୟା ସାଲିନି, ଜ୍ୟୋତ୍ସ୍ନା ଦାସ, ମନିଷା ଋତୁପର୍ଣ୍ଣା, ଶିବାଶ୍ରୀ ସବୁ, ଲୋପାମୁଦ୍ରା ପ୍ରମୁଖ ଯୋଗ ଦେଇଥିଲେ। ରୋହିତ ଖଣ୍ଡେଲୱାଲ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ।

ସମ୍ବନ୍ଧିତ ଖବର