ଭୁବନେଶ୍ୱର: ନିର୍ମାଣାଧୀନ ଆପାର୍ଟମେଣ୍ଟରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ନୀଳାଦ୍ରୀ ବିହାରସ୍ଥିତ ଏକ ନିର୍ମାଣଧୀନ ଆପାର୍ଟମେଣ୍ଟରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଉଦ୍ଧାର ହୋଇଥିବା ସୂଚନା ମିଳିଛି। ମୃତକଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉଭୟ ଯୁବକ-ଯୁବତୀ ଭୁବନେଶ୍ୱର ଆସି ଏଠାରେ କାମ କରୁଥିଲେ ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ କହୁଛନ୍ତି। ସେମାନେ କେଉଁ ପରିସ୍ଥିତିରେ ଏଠାକୁ ଆସିଥିଲେ ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର