ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍‌ ୮ନମ୍ବର ବାଳକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଝରଣା ପାତ୍ରଙ୍କ ପରଲୋକ ହୋଇଛି। ସେ ଜଣେ ଛାତ୍ରବତ୍ସଳ, ଲୋକପ୍ରିୟ ଶିକ୍ଷୟତ୍ରୀ ଭାବରେ ବେଶ ଜଣାଶୁଣା ଥିଲେ। ଶିକ୍ଷୟତ୍ରୀ ଝରଣା ପାତ୍ର ୩୭ବର୍ଷକାଳ ଶିକ୍ଷକତା କରି ନିକଟରେ ତାଙ୍କ କର୍ମମୟୀ ଜୀବନରୁ ଅବସର ନେଇଥିଲେ।

Advertisment

ଶିକ୍ଷୟତ୍ରୀ ଝରଣାଙ୍କ ମରଶରୀରକୁ ତାଙ୍କର ବିଭିିନ୍ନ କର୍ମକ୍ଷେତ୍ର ୟୁନିଟ୍‌-୧ ବାଳିକା ବିଦ୍ୟାଳୟ, ହରିହର ବିଦ୍ୟାପୀଠ, କ୍ୟାପିଟାଲ ହାଇସ୍କୁଲ ଓ ୟୁନିଟ୍‌ ୭ ପରିସରକୁ ନିଆଯାଇଥିଲା। ଏଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।