ଖଣ୍ଡଗିରି: ୨୩ ନମ୍ବର ୱାର୍ଡରେ ବିଜେପି କର୍ପୋରେଟର୍‌ ପ୍ରାର୍ଥିନୀ ଆରତି ଭୂୟାଁ ଆଜି ଜୋର୍‌ଦାର ପ୍ରଚାର କରିଥିଲେ। ଏହି ଅବସରରେ ସେ ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ, ବିଜେପି ସର୍ବଦା ବିକାଶକୁ ଗୁରୁତ୍ବ ଦେଇ ଆସିଛି। ଗରିବ ଲୋକଙ୍କ ସହ ସବୁବେଳେ ରହିଛି। ୱାର୍ଡର ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଶ୍ମଶାନ, ଉଦ୍ୟାନ, ସ୍ୱାସ୍ଥ୍ୟ, ନାରୀମାନଙ୍କ ବିକାଶ, ବସ୍ତି ସୁରକ୍ଷା ଓ ପ୍ରଗତି, ରାସ୍ତା, ପାଣି, ଆଲୋକ ଓ ସୌନ୍ଦର୍ଯ୍ୟୀକରଣ, ଅସହାୟ ଓ ଗରିବଙ୍କୁ ଭତ୍ତା, ରାସନ୍‌ କାର୍ଡ ଭଳି ବିଭିନ୍ନ ସମସ୍ୟ‌ାର ସମାଧାନ କରିବା ସହିତ ପ୍ରକୃତି ଓ ପରିବେଶ ପ୍ରତି ଧ୍ୟାନ ଦିଆଯିବ। ଜୀବନର ଶେଷ ପର୍ଯ୍ୟନ୍ତ ୱାର୍ଡବାସୀଙ୍କ ବିକାଶ ଲାଗି କାର୍ଯ୍ୟ କରିବି ବୋଲି ସେ କହିଛନ୍ତି। ଆଜି ଆରତି ଶତାଧିକ ସମର୍ଥକଙ୍କ ସହ ରୋଡ୍‌ ସୋ’ କରିଥିଲେ। ବିଜେପି ଯୁବମୋର୍ଚ୍ଚାର ଜାତୀୟ ଉପସଭାପତି ଅର୍ପିତା ବଡଜେନା ଏହି ପ୍ରଚାରରେ ସାମିଲ ହୋଇ କଳିଙ୍ଗବିହାର, ଘାଟିକିଆ ଗାଁ, ଖଣ୍ଡଗିରି ବାରିରେ ଭୋଟ୍‌ ଭିକ୍ଷା କରିଥିଲେ।

Advertisment

ଭୁବନେଶ୍ବର ୱାର୍ଡ ନଂ. ୩୭: ମହିଳାଙ୍କୁ ସ୍ବାବଲମ୍ବୀ କରିବା ମୁଖ୍ୟ ଲକ୍ଷ୍ୟ: ରଞ୍ଜିତା

publive-image

ଭୁବନେଶ୍ବର:ମହିଳାଙ୍କ ପାଇଁ ଵାର୍ଡରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଛି। ବିଜେଡିର ବିଭିନ୍ନ ଉନ୍ନତିମୂଳକ ଯୋଜନାରେ ଲୋକଙ୍କୁ ସାମିଲ କରାଯାଇ ସ୍ବାବଲମ୍ବୀ କରାଯାଇଛି। ଏହା ସହିତ ଚଳିତ ପୌର ନିର୍ବାଚନରେ କିଛି ନୂଆ ଭୋଟର୍ ଆସିଛନ୍ତି ଏବଂ ପଣ୍ଡାକୁଦିଆକୁ ଯାଇଥିବା ଜଗନ୍ନାଥ ବସ୍ତିବାସିନ୍ଦାଙ୍କ ସମସ୍ୟା ସମାଧାନ କରିବାର ଅଛି। ତେଣୁ ଏହି ୨ଟି ସମସ୍ୟା ବର୍ତ୍ତମାନ ଵାର୍ଡରେ ସମାଧାନ କରିବା ମୂଳ ଲକ୍ଷ୍ୟ ବୋଲି ୩୭ନମ୍ବର ଵାର୍ଡର କର୍ପୋରେଟର୍ ପ୍ରାର୍ଥିନୀ ରଞ୍ଜିତା ବେହେରା ପ୍ରତିଶ୍ରୁତି ଦେଇଛନ୍ତି। ଆଜି ଏହି ପ୍ରତିଶ୍ରୁତି ସହ ରଞ୍ଜିତା ଘରକୁ ଘର ବୁଲି ପ୍ରଚାର କରିଥିଲେ। ଏହା ବ୍ୟତୀତ ଆଜି ଶତାଧିକ ମହିଳା ସମର୍ଥକଙ୍କ ସହ ରଞ୍ଜିତା ଵାର୍ଡ ପରିକ୍ରମା କରିବା ସହ ପଣ୍ଡାକୁଦିଆ ବସ୍ତି ଯାଇ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ପ୍ରଚାରର ମଙ୍ଗ ପୂର୍ବତନ କର୍ପୋରେଟର୍‌ ନବକିଶୋର ବେହେରା ଧରିଥିବା ବେଳେ ଜଗନ୍ନାଥ ବସ୍ତିରୁ ନେତୃତ୍ବ ନେଉଥିବା ଅହଲ୍ୟା ଦିଗାଲଙ୍କ ସମେତ ଦେବେନ୍ଦ୍ର ମହାକୁଡ଼, ବୁଦ୍ଧଦେବ ବେହେରା, ମିଥୁନ ବେହେରା, ଚିତ୍ରସେନା ବେହେରା, ପ୍ରଭାତ ବେହେରା ପ୍ରମୁଖ ସାମିଲ ଥିଲେ।

ଭୁବନେଶ୍ବର ୱାର୍ଡ ନଂ. ୧୫: ପ୍ରଚାର ମଇଦାନରେ ସବ୍ୟ-ଅର୍ଚ୍ଚିତା

publive-image

ଭୁବନେଶ୍ବର: ପ୍ରଚାରର ଶେଷ ଦିନରେ ଓଲିଉଡ୍‌ ତାରକାଙ୍କୁ ଦେଖିବାକୁ ମିଳିଛି। ୧୫ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ରାଜଲକ୍ଷ୍ମୀ ବେହେରା ଓ ୨୨ରେ ମଞ୍ଜୁଲତା କଅଁରଙ୍କ ପାଇଁ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ପ୍ରଚାର କରିଛନ୍ତି। ରେଣ୍ଟାଲ କେଲାନିରୁ ବାହାରିଥିବା ଏକ ବିଶାଳ ବାଇକ୍‌ ରାଲିରେ ଉଭୟ ସବ୍ୟ-ଅର୍ଚ୍ଚିତା ସାମିଲ ହୋଇ ରାଜଲକ୍ଷ୍ମୀଙ୍କୁ ଭୋଟ ଦେବାକୁ କରିବାକୁ ନିବେଦନ କରିଥିଲେ। ଏହାପରେ ତାରିଣୀ ବସ୍ତି, ଏକାମ୍ର ଭିଲ୍ଲା ବସ୍ତିରେ ପଦଯାତ୍ରାରେ ସାମିଲ ହୋଇଥିଲେ। ବିଜେଡି ପ୍ରାର୍ଥିନୀ ରାଜଲକ୍ଷ୍ମୀ ବେହେରା କହିଛନ୍ତି ଯେ ୱାର୍ଡବାସୀଙ୍କ ସେବା କରିବାକୁ ଥରେ ସୁଯୋଗ ଦିଅନ୍ତୁ। ୧୫ନମ୍ବର ୱାର୍ଡକୁ ବିଏମ୍‌ସିର ଆଦର୍ଶ ୱାର୍ଡ ଭାବେ ଗଢ଼ି ତୋଳିବାକୁ ଉଦ୍ୟମ ଜାରି ରହିବ।