ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଛି । ରାଜଧାନୀରୁ ଆଜି ୩୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୭୦ ଜଣ ଓ ସ୍ଥାନୀୟ ଅଂଚଳରୁ ୨୫୬ ଜଣ ଆକ୍ରାନ୍ତ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସଂଗରୋଧରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ।

Advertisment

ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରୁ ୨୦ ହଜାର ୨୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୬ ହଜାର ୫୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଏବେବି ୩ ହଜାର ୬୧୨ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ଓ ୮୦ ଜଣଙ୍କର ପ୍ରାଣହାନୀ ଘଟିଛି ।

publive-image

ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୟୁନିଟ-୪, ପଟିଆ, ବ୍ରହ୍ମେଶ୍ୱରପାଟଣା, ଜଗନ୍ନାଥ ବିହାରରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଅଛନ୍ତି ।

publive-image

ସ୍ଥାନୀୟ ଅଂଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ପଟିଆରୁ ସର୍ବାଧିକ ୨୦ ଜଣ ଆକ୍ରାନ୍ତ ଅଛନ୍ତି । ନୟାପଲ୍ଲୀରୁ ୧୧ ଜଣ, ୟୁନିଟ-୯ରୁ ୧୦ ଜଣ, ମରମୁଣ୍ଡାରୁ ୮ ଜଣ, ରସୁଲଗଡ଼, ଚନ୍ଦ୍ରଶେଖରପୁରରୁ ୭-୭ ଜଣ, ପଳାଶୁଣୀ, କଳାରାହଙ୍ଗ, ଶୈଳଶ୍ରୀ ବିହାରରୁ ୬ ଜଣ ଲେଖାଏଁ, ଭୀମଟାଙ୍ଗୀ, ବମିଖାଲରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।