ଭୁବନେଶ୍ୱର: ପିଏନ୍ଭି ପ୍ରାଇଭେଟ୍ ଲିମିଟେଡ୍ ଓ ଅରା ଟ୍ୟାଲେଣ୍ଟର ମିଳିତ ଆନୁକୂଲ୍ୟରେ ଆଜି ଖାରବେଳ ନଗରସ୍ଥିତ ବୋକା କାଫେଠାରେ ଅଲ୍ ଏବାଉଟ୍ ମ୍ୟୁଜିକ ପକ୍ଷରୁ ‘ଭୁବନେଶ୍ୱର ସିଟି ପ୍ରିଭ୍ୟୁ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିଜିଟାଲ ଏଣ୍ଟରଟେନ୍ମେଣ୍ଟର ସହ-ପ୍ରତିଷ୍ଠାତା ଗୁରୁପ୍ରିତ୍ ସିଂ, ଆନନ୍ଦ ଆଣ୍ଡ ଆନନ୍ଦ ଆଣ୍ଡର ଖିମାନିର ପ୍ରତିଷ୍ଠାତା ପ୍ରି୍ରୟଙ୍କା ଖିମାନି, ଉଇଜ୍କ୍ରାଫ୍ଟ ଏଣ୍ଟରଟେନ୍ମେଣ୍ଟ ଇଣ୍ଟରନ୍ୟାସ୍ନାଲ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦେଶକ ସାବାସ୍ ଯୋଶେଫ, ଟିଏମ୍ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ୍ର ପ୍ରତିଷ୍ଠାତା ତାରସେମ୍ ମିତ୍ତଲ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଆ ସଂଗୀତ ଶିଳ୍ପରେ ଥିବା ଆବଶ୍ୟକତାକୁ କିପରି ପୂରଣ କରାଯିବ ଏବଂ ଯୁବପିଢ଼ିଙ୍କ ପାଇଁ କିପରି ନୂତନ ସୁଯୋଗ ସୃଷ୍ଟି କରାଯିବ, ସେ ସଂପର୍କରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ। ଅରା ଇଭେଣ୍ଟ ଓ ଟ୍ୟାଲେଣ୍ଟର ପ୍ରତିଷ୍ଠାତା ସମିତ ପଟ୍ଟନାୟକ ଓ ସତ୍ୟବ୍ରତ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅଲ୍ ଏବାଉଟ୍ ମ୍ୟୁଜିକ୍ ପକ୍ଷରୁ ‘ଭୁବନେଶ୍ୱର ସିଟି ପ୍ରିଭ୍ୟୁ’
/sambad/media/post_attachments/wp-content/uploads/2018/07/asit-bocca-cafe.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)