ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ଏକ ସଙ୍ଗୀତ କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ସଂଧ୍ୟା ଆରମ୍ଭ ହୋଇଥିଲା ରୁଦ୍ର ପ୍ରସାଦ ପରିଡ଼ାଙ୍କ ବଂଶୀ ବାଦନରୁ। ମିୟାଁ ମହ୍ଲାର ରାଗକୁ ଆଧାର କରି ସଙ୍ଗୀତ ପରିବେଷଣ କରିଥିଲେ ରୁଦ୍ର। ତାଙ୍କୁ ତାବଲାରେ ସୁକାନ୍ତ ପ୍ରଧାନ, ତାନପୁରାରେ ସତ୍ୟବ୍ରତ ସାଓ୍ଵଲ ସହଯୋଗ କରିଥିଲେ। ପରେ ଭାନୁମତୀ ସାହୁ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ। ଭୀମ ପଲ୍ଲାସୀ ରାଗ ସହ ମହ୍ଲାର ଧୃତ୍ରେ ଏହି ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ଅତିଥି ଭାବେ ପୂର୍ବତନ ପୁଲିସ ଡିଜି ବଟକୃଷ୍ଣ ତ୍ରିପାଠୀ, ଅନୁଷ୍ଠାନର ସଭାପତି ଅରବିନ୍ଦ ବେହେରା ଓ ପୂର୍ବତନ ସଭାପତି ଡି.କେ ରୟ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ସଂଯୋଜନା କରିଥିଲେ।
ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ସଙ୍ଗୀତ କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2018/08/m1-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)