ଭୁବନେଶ୍ବର ମ୍ୟୁଜିକ ସର୍କଲ ପକ୍ଷରୁ ସଙ୍ଗୀତ ସନ୍ଧ୍ୟା

ଭୁବନେଶ୍ବର: ଭୁବନେଶ୍ବର ମ୍ୟୁଜିକ୍ ସର୍କଲ ପକ୍ଷରୁ ଗୁରୁ ସର୍ଦ୍ଦାର ସନ୍ତକ ସିଂହ ସ୍ମାରକୀ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ରାମ ଭଗତ ସିଂହ ଓ ଗୁରୁପ୍ରୀତ ସିଂହ ନାନକଙ୍କ ରଚନାରୁ ଗୁରୁବାଣୀ ରାଗ ପରିବେଷଣ କରିଥିଲେ। ତାଙ୍କୁ ତବଲାରେ ଜଗଦୀପ ସିଂହ ସହଯୋଗ କରିଥିଲେ। ଏହାପରେ ପାର୍ଥ ସାରଥୀ ପାଣିଗ୍ରାହୀ, ଭାଗ୍ୟଶ୍ରୀ ମହାନ୍ତି ଓ ନରେଶ ନାରାୟଣ ଗଜଲ ପରି‌ବେଷଣ କରିଥିଲେ। ସେମାନଙ୍କୁ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଦୁଷ୍ମନ୍ତ ପରିଡ଼ା, ଚିନ୍ତାମଣି ମିଶ୍ର ଓ ପ୍ରିୟରଞ୍ଜନ। ଆଜି ସନ୍ଧ୍ୟାରେ ଅତିଥି ଭାବେ ଅନନ୍ତ ମହାପାତ୍ର ଓ ଗୁରୁ ରାମହରି ଦାସ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ସମ୍ପାଦକ କ୍ଷୀ‌େରାଦ ପଟ୍ଟନାୟକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ।

ସମ୍ବନ୍ଧିତ ଖବର