ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରକୁ ଆଉ ଏକ ସଫଳତା ମିଳିଛି। ଅନ୍ତର୍ଜାତୀୟସ୍ତରରେ ହୋଇଥିବା ସର୍ଭେରେ ବିଶ୍ୱର ଶ୍ରେଷ୍ଠ ୫୦ଟି ସ୍ମାର୍ଟ ସିଟି ମଧ୍ୟରେ ଭୁବନେଶ୍ୱରକୁ ୩୨ତମ ର୍ୟାଙ୍କ ମିଳିଛି। ଏହି ସର୍ଭେରେ ଲଣ୍ଡନ ଏକ ନମ୍ବର ସ୍ଥାନରେ ଥିବାବେଳେ ଦୁବାଇ ୪୦ତମ ଏବଂ ପ୍ୟାରିସ୍ ୪୬ତମ ସ୍ଥାନରେ ରହିଛି। ଭାରତର ୫ଟି ସହର ଏହି ତାଲିକାରେ ସ୍ଥାନ ପାଇଥିବାବେଳେ ନୂଆଦିଲ୍ଲୀ ୨୩ତମ, ସୁରଟ ୨୭ତମ, ଅହମ୍ମଦାବାଦ ଭୁବନେଶ୍ୱର ସହ ଯୁଗ୍ମ ଭାବେ ୩୨ତମ, ଜୟପୁର ୩୪ତମ ଏବଂ ପୁଣେ ୩୬ତମ ସ୍ଥାନରେ ରହିଛି। ସିଙ୍ଗାପୁରର ଇଡେନ୍ ଷ୍ଟ୍ରାଟେଜି ଇନଷ୍ଟିଚ୍ୟୁଟ୍ ଏବଂ ଓଏନ୍ଜି ଆଣ୍ଡ୍ ଓଏନ୍ଜି ଏକ୍ସପେରିଏନ୍ସ ଡିଜାଇନ୍ ସଂସ୍ଥା ପକ୍ଷରୁ ମିଳିତ ଭାବେ ଦେଶର ୫୦ଟି ସ୍ମାର୍ଟର ସର୍ଭେ ହୋଇଥିଲା। ଏଥିରେ ୧୦ଟି ଦିଗ ଉପରେ ସର୍ଭେ ହୋଇଥିଲା। ସେଗୁଡ଼ିକ ହେଲା ଦୃଷ୍ଟିକୋଣରେ ସ୍ପଷ୍ଟତା, ନେତୃତ୍ୱ, ଅର୍ଥ, ବିତ୍ତୀୟ ପ୍ରୋତ୍ସାହନ ପ୍ରାବଧାନ, ସହଯୋଗୀ କାର୍ଯ୍ୟକ୍ରମ, ପ୍ରତିଭା ପ୍ରସ୍ତୁତି, ଲୋକାଭିମୁଖୀ କାର୍ଯ୍ୟ, ନୂଆ ପରିବେଶକୁ ବିକଶିତ କରିବା, ସ୍ମାର୍ଟ ପଲିସିକୁ କାର୍ଯ୍ୟରେ ପରିଣତ କରିବା, ପୂର୍ବ ରେକର୍ଡ, ପୂର୍ବରୁ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରକଳ୍ପକୁ ସର୍ଭେ କରି ଏହି ର୍ୟାଙ୍କିଂ ପ୍ରଦାନ କରାଯାଇଛି। ସ୍ମାର୍ଟ ସିଟି ପ୍ରତିଯୋଗିତାରେ ସାରା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଥିବା ଭୁବନେଶ୍ୱରର ଲୋକାଭିମୁଖୀ ପ୍ରକଳ୍ପ ଏବଂ ଅନ୍ୟ ସହରଠାରୁ କିଛି ଭିନ୍ନ କରିବାର ଚିନ୍ତାଧାରା ଆଜି ଭୁବନେଶ୍ୱରକୁ ବିଶ୍ୱର ଶ୍ରେଷ୍ଠ ୫୦ ସ୍ମାର୍ଟ ସିଟି ତାଲିକାରେ ସାମିଲ୍ କରିପାରିଛି ବୋଲି କୁହାଯାଇଛି। ସ୍ମାର୍ଟ ସିଟି ଭୁବନେଶ୍ୱରକୁ ଏହି ସଫଳତା ମିଳିବା ପରେ ଆଜି ବିଏମ୍ସି କାର୍ଯ୍ୟାଳୟରେ କେକ୍ କାଟି ସେଲିବ୍ରେସନ୍ କରାଯାଇଛି। ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କ ସମେତ ବହୁ କର୍ପୋରେଟର ଏବଂ ବିଏମ୍ସି ଅଧିକାରୀ ଏଥିରେ ସାମିଲ୍ ହୋଇ ଖୁସି ମନାଇଛନ୍ତି। ସ୍ମାର୍ଟ ସିଟି ଭୁବନେଶ୍ୱରର ଏହି ସଫଳତା ପାଇଁ ଟିମ୍ ଭୁବନେଶ୍ୱରକୁ ମେୟର ଧନ୍ୟବାଦ ଦେଇଛନ୍ତି।
ଦୁବାଇ, ପ୍ୟାରିସ୍କୁ ପଛରେ ପକାଇଲା
ବିଶ୍ୱର ଶ୍ରେଷ୍ଠ ୫୦ ସ୍ମାର୍ଟ ସିଟିରେ ଭୁବନେଶ୍ୱରକୁ ୩୨ ର୍ୟାଙ୍କ୍
/sambad/media/post_attachments/wp-content/uploads/2018/07/bmc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)