ଭୁବନେଶ୍ୱର: କବିତାରେ କିଛି ଧରାବନ୍ଧା ନିୟମ ନାହିଁ। କବି ନିଜ ନିୟମ ନିଜେ ଗଢ଼େ; ପରବର୍ତ୍ତୀ ଅବସ୍ଥାରେ ପୁଣି ନିଜ ନିୟମ ନିଜେ ଭାଙ୍ଗେ। ଭୁବନେଶ୍ୱର ସମ୍ବାଦ ସାହିତ୍ୟ ଘରର ସ୍ୱତନ୍ତ୍ର କବିତା କର୍ମଶାଳା ‘ମୁଁ କବିତା ଲେଖୁଛି ନୂଆନୂଆ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଖ୍ୟାତ କବି ରାଜେଂଦ୍ର କିଶୋର ପଣ୍ଡା ଏଭଳି ମତ ବ୍ୟକ୍ତ କରିଛନ୍ତି। ତରୁଣ କବିମାନଙ୍କ ସର୍ଜନଶୀଳତାକୁ ସମୃଦ୍ଧ କରିବା ଓ କବିତାର ରାସ୍ତାରେ ସେମାନଙ୍କ ଯାତ୍ରାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ବାଣୀବିହାରସ୍ଥିତ ତାଳପଦେଶ୍ୱରୀ ମନ୍ଦିର ପରିସରରେ ଆୟୋଜିତ ଏହି ଅଭିନବ କର୍ମଶାଳାରେ ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ର, ଡ. ହିରଣ୍ମୟୀ ମିଶ୍ର, ଡା. ଅମିୟ ରଂଜନ ମହାପାତ୍ର ଏବଂ କବି ଶକ୍ତି ମହାନ୍ତି ପ୍ରମୁଖ ବିଚାରକ ଭୂମିକାରେ ମଞ୍ଚାସୀନ ହୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଏବଂ ବହିରାଗତ ୩୦ ଜଣ ତରୁଣ କବିଙ୍କ କବିତା ଶୁଣିବା ସହ ସେମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ। ସାହିତ୍ୟ ଘରର ସଭାପତି ଯୁବକବି ସରୋଜ ବଳ ଓ ସଂପାଦକ ବାଦଲ ମହାନ୍ତିଙ୍କ ଯୌଥ ସଂଯୋଜନାରେ ଆୟୋଜିତ ଏହି କବିତା କର୍ମଶାଳାରେ ପ୍ରଜ୍ଞା ପାରମିତା ରଥ, ଦକ୍ଷିଣେଶ୍ୱର ଜେନା, ସିମ୍ରନ୍ ମହାପାତ୍ର, ବିଜୟଲକ୍ଷ୍ମୀ ଭୋଇ, ମିଥୁନ ମଲ୍ଲିକ, ସୁଶାନ୍ତ ଜେନା, ଶ୍ରୀକାନ୍ତ ସାହା, ନୀଳକଣ୍ଠ ପ୍ରଧାନ, ଅସିତ ପ୍ରଧାନ, ପବିତ୍ର ସାହୁ, ଚିନ୍ମୟୀ ବାରିକ, ସୌମ୍ୟଜିତ୍ ପଣ୍ଡା, ହୃଷୀକେଶ ମହାରଣା, ସ୍ୱାଗତ କୁମାର ପଣ୍ଡା, ସ୍ମୃତିରଂଜନ ସେଠୀ, ବିରଜାନନ୍ଦନ ମିଶ୍ର, ସୁବ୍ରତ କୁମାର ସେନାପତି, ମମତାମୟୀ ଦାଶ, ରୋଜାଲିନ ଜେନା, ରଶ୍ମିରଂଜନ ସାହୁ ପ୍ରମୁଖ ୩୫ ବର୍ଷରୁ କମ ବୟସର କବିମାନେ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ‘କ୍ୟାମ୍ପସ କବି’ ବିଭାଗରେ ଆଲୋକ ରଂଜନ ଷଡ଼ଙ୍ଗୀ ପ୍ରଥମ, ପ୍ରିୟଙ୍କା ମହାନ୍ତି ଦ୍ୱିତୀୟ ଏବଂ ଦୀପୁନ ପୁହାଣ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ‘ବହିରାଗତ କବି’ ବିଭାଗରେ ଆଶିଷ କୁମାର ମିଶ୍ର ପ୍ରଥମ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଦ୍ୱିତୀୟ ଏବଂ ଅନ୍ତର୍ଯ୍ୟାମୀ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶେଷରେ ପ୍ରତ୍ୟେକ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ କୃତିତ୍ୱ ଅର୍ଜନ କରିଥିବା କବିମାନଙ୍କୁ ପ୍ରଶଂସାପତ୍ର ସହ ପୁସ୍ତକ ଉପହାର ରୂପେ ପ୍ରଦାନ କରାଯାଇଥିଲା। ଏହି ଆସରରେ ସମ୍ବାଦ ସାହିତ୍ୟଘରର ବହୁ ସ୍ଥାୟୀ ସଭ୍ୟ ଓ ନୂଆପିଢ଼ିର ଲେଖକ ଲେଖିକା ଉପସ୍ଥିତ ଥିଲେ। ଉତ୍ସବ ସଂଚାଳନରେ ଅସିତ ପ୍ରଧାନ, ସନ୍ଦୀପ ମହାପାତ୍ର ସହଯୋଗ କରିଥିଲେ।
‘କବି ନିଜ ନିୟମ ନିଜେ ଗଢ଼େ, ପୁଣି ଭାଙ୍ଗେ’
ଭୁବନେଶ୍ୱର ସମ୍ବାଦ ସାହିତ୍ୟ ଘରର ସ୍ୱତନ୍ତ୍ର କର୍ମଶାଳା
/sambad/media/post_attachments/wp-content/uploads/2018/02/sambad-sahitya-ghar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)