ଭୁବନେଶ୍ୱର ତାମିଲ୍‌ ସଙ୍ଗମ୍‌ର ରୌପ୍ୟ ଜୟନ୍ତୀ

ଭୁବନେଶ୍ୱର: ଭୁବନେଶ୍ୱରର ତାମିଲ ଭାଷାଭାଷୀ ଲୋକଙ୍କ ଦ୍ୱାରା ପ୍ରତିଷ୍ଠିତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଭୁବନେଶ୍ୱର ତାମିଲ୍‌ ସଙ୍ଗମ’ର ରୌପ୍ୟ ଜୟନ୍ତୀ ଉତ୍ସବ ଏକାମ୍ର ବିହାର ସ୍ଥିତ ଅନୁଷ୍ଠାନ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଏସ୍‌ ଦୁରାଇସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ତାମିଲନାଡ଼ୁ ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ଆର୍‌ ମାଧବନ୍‌ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ତାମିଲନାଡ଼ୁ ସରକାରଙ୍କ ତାମିଲ ଉନ୍ନୟନ ବିଭାଗର ନିର୍ଦେଶକ ଏକେ ବିଜୟରାଘବନ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କଳା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅନୁଷ୍ଠାନର ଆର ଅମ୍ବଲାଓ୍ଵାନନ୍‌ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଟିବିଟି ଆନ୍‌ସାରୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ଭି. ଶ୍ରୀଧର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଓଡ଼ିଆ ଓ ତାମିଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର