ମିଷ୍ଟର୍‌ ଓଡ଼ିଶା ପାଇଁ ଭୁବନେଶ୍ବର ଦଳ

ଭୁବନେଶ୍ବର: ଆଗାମୀ ‘ମିଷ୍ଟର୍‌ ଓଡ଼ିଶା’ ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଲାଗି ଭୁବନେଶ୍ବର ଦଳ ଚୟନ ରବିବାର ବଉଳଗଡ଼ ପୌର ବ୍ୟାୟାମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି। ମୋଟ ୩୦ ଜଣ ଭାଗ ନେଇଥିବା ଏହି ଦିନିକିଆ ପ୍ରତିଯୋଗିତାରୁ ସୋନୁ‌ ଶ୍ରେଷ୍ଠ, ବିଚିତ୍ର ନାୟକ, ଜଗନ୍ନାଥ ଖୁଣ୍ଟିଆ, ଓଁକାର ଦାସ ମହାପାତ୍ର, ସୌମ୍ୟରଂଜନ ସେଠୀ, ନରେଶ ନାୟକ, ଅଭିଷେକ ଆଚାର୍ଯ୍ୟ, ଅବୁ ବରକର୍‌ ଖାନ୍ ଓ ମହିଳା ବର୍ଗ ଲାଗି ଶିବାନୀ ଦାଶ, ଜ୍ୟୋତ୍ସ୍ନାରାଣୀ ରାଉତରାୟ ମନୋନୀତ ହୋଇଛନ୍ତି। ମିଷ୍ଟର୍‌ ଓଡ଼ିଶା ପ୍ରତିଯୋଗିତା ଫେବ୍ରୁଆରି ୧୭ ଓ ୧୮ ତାରିଖରେ ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘ ସମ୍ପାଦକ ପ୍ରସନ୍ନ ମହାସୁଆର ପ୍ରକାଶ କରିଛନ୍ତି। ଚୟନ ପ୍ରକ୍ରିୟାରେ ରାଜ୍ୟ ସଂଘ ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, କାର୍ଯ୍ୟନିର୍ବାହୀ ଉପ ସଭାପତି ବାବୁଲି ସ୍ବାଇଁ, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, ଭୁବନେଶ୍ବର ଜିଲ୍ଲା ସୁନ୍ଦରସ୍ବାସ୍ଥ୍ୟ ସଂଘ ସଭାପତି କବିରାଜ ସ୍ବାଇଁ ପରିଚାଳନା କରିଥିଲେ। ରାଜ୍ୟ ସଂଘ ଉପ ସଭାପତି ବିଜୟ କୁମାର ଦାସ, ବିନୋଦ ମହାରଣା, ଭବାନୀ ଶଙ୍କର ସାହୁ, ବିବେକାନନ୍ଦ ବାରିକ, ଜିତେନ୍ଦ୍ର କୁମାର ଜେନା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର