ଗ୍ରନ୍ଥାବଳି ‘ଆଦ୍ୟପର୍ବ’ ଓ କବିତା ପୁସ୍ତକ ‘ଦ ଅନ୍‌ସଙ୍ଗ୍‌ ଭର୍ସେସ୍‌’ ଉନ୍ମୋଚିତ

ଭୁବନେଶ୍ବର: ଅବସରପ୍ରାପ୍ତ ପ୍ରଶାସକ ତଥା କବି ସଂଗ୍ରାମ ମିଶ୍ରଙ୍କ ଗ୍ରନ୍ଥାବଳି ‘ଆଦ୍ୟପର୍ବ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ଉନ୍ମୋଚନ କରିଛନ୍ତି। ରାଜ୍ୟଭବନଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ରାଜ୍ୟପାଳ ଶ୍ରୀ ଲାଲ୍‌ ଏହି ଗ୍ରନ୍ଥାବଳି ଉନ୍ମୋଚନ କରି କହିଥିଲେ, ଶ୍ରୀ ମିଶ୍ରଙ୍କ କବିତା ଅନୁଭୂତି ଓ ଉପଲବ୍ଧିର ସଫଳ ପ୍ରତିଫଳନ। ଉନ୍ମୋଚନ ଉତ୍ସବରେ ପ୍ରକାଶକ ତଥା ଲେଖକ କ୍ଷୀରୋଦ ପତି ଉପସ୍ଥିତ ଥିଲେ।
ଏହାବ୍ୟତୀତ ଦିଲ୍ଲୀ ନିକଟସ୍ଥ ନୋଇଡ଼ାଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ଅନ୍ୟ ଏକ କବିତା ପୁସ୍ତକ ‘ଦ ଅନ୍‌ସଙ୍ଗ୍‌ ଭର୍ସେସ୍‌’ ଉନ୍ମୋଚିତ ହୋଇଯାଇଛି।

ସଙ୍କଳନର କବିତାଗୁଡ଼ିକରେ ସାଧାରଣ ମଣିଷର ଦୁଃଖ, ଯନ୍ତ୍ରଣା ଓ ସେମାନଙ୍କ ପ୍ରତି ହେଉଥିବା ଅନ୍ୟା‌ୟ, ଅନୀତିର କଥା ନିଖୁଣ ଭାବେ ପ୍ରକାଶିତ ହୋଇଛି। ଶ୍ରୀ ମିଶ୍ରଙ୍କର ଏହା ତୃତୀୟ ଇଂରାଜୀ ପୁସ୍ତକ। ପୁସ୍ତକଟି ଅନ୍‌ଲାଇନ୍‌ରେ ଉପଲବ୍ଧ।

ସମ୍ବନ୍ଧିତ ଖବର