ଭୁବନେଶ୍ୱର : ସ୍ଥାନୀୟ ଆଧ୍ୟାତ୍ମିକ ସଭା ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ବାହାଇ ହାଉସ୍ଠାରେ ବାହାଇ ଧର୍ମର ପ୍ରତିଷ୍ଠାତା ବାହା‘ଉ’ଲ୍ଲାହଙ୍କ ୨୦୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ରାଷ୍ଟଦୂତ ଅବସର ବେଉରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବାହାଇ ଧର୍ମର ଏକ ସିଡି ଓ ବୃତ୍ତଚିତ୍ର ସିଡି ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ସୂର୍ଯ୍ୟ ପ୍ରକାଶ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ନାଦିଆ ମୋଘ୍ବେଲ୍ପୁର୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଭା ମୋତାଲେବି, ଆଭାମିତ୍ ପାଣିଗ୍ରାହୀ ଓ କାହ୍ନା ପ୍ରମୁଖ ସଂଯୋଜନା କରିଥିଲେ।
ବାହା‘ଉ’ଲ୍ଲାହଙ୍କ ୨୦୦ ତମ ଜନ୍ମବାର୍ଷିକୀ
/sambad/media/post_attachments/wp-content/uploads/2017/10/baha-u-ulla.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)