ବିଦୁଲତା ପୁରୀଙ୍କ ଚିକେନ୍‌ ଲଲିପପ୍‌

ସଂଧ୍ୟା ହେଲେ ଫାଷ୍ଟଫୁଡ୍‌ ଷ୍ଟଲ୍‌ ପାଖରେ ପ୍ରବଳ ଭିଡ଼ ଜମେ। ତେବେ ରସୁଲଗଡ଼ ପାଖରେ ଥିବା ବିଦୁଲତା ପୁରୀଙ୍କ ଷ୍ଟଲ୍‌ର ଚିକେନ୍‌ ଲଲିପପ୍‌ ଟିକେ ନିଆରା। ରସୁଣ, ଅଦା ଓ କଞ୍ଚା ଲଙ୍କା ପେଷ୍ଟ୍‌, ଜିରା, ଲଙ୍କା ଗୁଣ୍ଡ, ଅଣ୍ଡା, ମିଟ୍‌ ମସଲା, କର୍ଣ୍ଣଫ୍ଲୋର, ତେଲ, ଧନିଆ ପତ୍ର ପେଷ୍ଟ ଓ ଧନିଆ ପତ୍ର ଗୋଳାଇ ସେଥିରେ ଚିକେନ୍‌କୁ ମ୍ୟାରିନେଟ୍‌ କରନ୍ତି। ପରେ ଚିକେନ୍‌କୁ କଡ଼ା ଆଞ୍ଚରେ ଛାଣି ତାକୁ ଅଦା, ରସୁଣ, ଲଙ୍କା, ଚାଟ୍‌ ମସଲା ଓ ଧନିଆପତ୍ର  ଦେଇ ପ୍ରସ୍ତୁତ କରନ୍ତି। ଖାଇବାକୁ ଆସିଥିବା ପ୍ରଶାନ୍ତ ସାହୁ କୁହନ୍ତି ପକୋଡ଼ାରେ କଲର ଓ କେମିକାଲ ମିଶାନ୍ତି ନାହିଁ ଓ ପୋଦିନାର ଫ୍ଲେଭର୍‌ ପକୋଡ଼ାର ସ୍ୱାଦକୁ ଦୁଇଗୁଣିତ କରିଦିଏ। ଗୋଟଏ ପ୍ଲେଟ୍‌ରେ ୬ ପିସ୍‌ ଚିକେନ୍‌ ରହୁଥିବା ବେଳେ ଏହାର ଦାମ ରହିଛି ୮୦ଟଙ୍କା। ପ୍ଲେଟ୍‌ ପ୍ରସ୍ତୁତି ହେଲା ପରେ ଏଥିରେ ଚୁନା କାକୁଡ଼ି, ଲେମ୍ବୁ ଓ ପିଆଜ ସହ ନିଜ ପ୍ରସ୍ତୁତି ଟମାଟୋ ଓ ଚିଲି ସସ୍‌ରେ ଗ୍ରାହକଙ୍କୁ ପରସନ୍ତି। ପିସ୍‌ର ଆକାର ମଧ୍ୟ ବଡ଼, ସେଥିପାଇଁ ଗ୍ରାହକଙ୍କୁ ଏହା ବହୁତ ପସନ୍ଦ ଆସିଥାଏ।

ସମ୍ବନ୍ଧିତ ଖବର