ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ରସୁଲଗଡସ୍ଥିତ ଫରେନସିକ୍ ଲ୍ୟାବ୍କୁ ନେଇ ୪ଘଣ୍ଟା ଧରି ପଚରାଉଚରା କରାଯାଇଥିବା ସୂଚନା ମିଳିଛି । ଏହା ଲାଏ ଡିଟେକସନ୍ ଟେଷ୍ଟ ପ୍ରକ୍ରିୟାର ଅଂଶବିଶେଷ ବୋଲି ଜଣାପଡ଼ିଛି। ଗୁରୁବାର ସକାଳ ୧୧ଟା ଠାରୁ ଅପରାହ୍ଣ ୩.୧୫ ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟାର ଜେରା ସମୟରେ ତାଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା କୁହାଯାଉଛି । ଜେରା କରାଯିବା ସମୟରେ ବିଦ୍ୟାଶ୍ରୀଙ୍କୁ ଆଦିତ୍ୟଙ୍କର କେହି ବାହ୍ୟ ଶତ୍ରୁଥିଲେ କି ? ଘଟଣାର ୨୪ଘଣ୍ଟା ପୂର୍ବରୁ କ’ଣ ସବୁ ଘଟିଥିଲା? ଶେଷଥର ପାଇଁ ଆପଣ ତାକୁ କେଉଁଠି ଦେଖିଥିଲେ? ସେ ଆତ୍ମହତ୍ୟା କରିବାକୁ ଯାଉଥିବା ଜାଣିଥିଲେ କି? ଆତ୍ମହତ୍ୟା ପାଇଁ ଯାଉଥିବା ଜାଣି ଅଟକାଇଲେ ନାହିଁ କାହିଁକି? ସ୍ୱାମୀଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରିଛନ୍ତି କି ଆଦି ପ୍ରଶ୍ନ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ବିଦ୍ୟାଶ୍ରୀଙ୍କୁ ଏଭଳି ଗୁଡେଇ ତୁଡେଇ ଅନେକ ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ।
/sambad/media/post_attachments/wp-content/uploads/2020/08/Aditya-Dash-death-row-Wife-Bidyashree-subjected-to-polygraph-test-70-questions-asked--300x180.jpg)
ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ଦେଢମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଘଟଣା ଉପରୁ ପରଦା ହଟିପାରିନି । ଫଳରେ ମାମଲାରେ ଲାଏ-ଡିଟେକ୍ସନ ଟେଷ୍ଟ କରିବା ପାଇଁ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏହାକୁ ଆଧାର କରି ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ହାଜର ହୋଇଥିଲେ।
କ୍ରାଇମବ୍ରାଞ୍ଚ ଘଟଣାରେ ୨୦ଜଣରୁ ଅଧିକ ଲୋକଙ୍କୁ ପଚରାଉଚରା କରିସାରିଲାଣି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସମାଜସେବୀ ଆଦିତ୍ୟା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଛି ସେ ନେଇ କୌଣସି ସଠିକ୍ ପ୍ରାମଣ ଏଯାଏଁ ମିଳି ପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/8-29-copy.jpg)