ଅନୁପ କାନୁନ୍‌ଗୋ ଟ୍ରାଫିକ୍‌ ଏସିପି, ରବି ଶତପଥୀ ଜୋନ୍‌-୬ ଏସିପି

କମିସନରେଟ୍‌ ପୁଲିସରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର: ଆଜି କମିସନରେଟ ପୁଲିସ ପକ୍ଷରୁ ଏକ ବଡ଼ ଧରଣର ଅଦଳ ହୋଇଛି। ୧୯ ଜଣ ଏଡିସିପି, ଏସିିପି ଓ ଇନ୍ସପେକ୍ଟର ର‍୍ୟାଙ୍କର ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ହୋଇଥିବାବେଳେ ୧୭ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ର‍୍ୟାଙ୍କର ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ହୋଇଛି। ବରିଷ୍ଠ ପୁଲିସ ଅଧିକାରୀ ତଥା ବଲାଙ୍ଗୀର ପୂର୍ବତନ ଅତିରିକ୍ତ ଏସ୍‌ପି ଶଶିଭୂଷଣ ଶତପଥୀଙ୍କୁ ଭୁବନେଶ୍ୱରରେ ସହକାରୀ ଡିସିପି ଭାବେ ନିଯୁକ୍ତି ମିଳିଛି। ସହକାରୀ ଡିସିପି ଥିବା ସୀତାରାମ ଶତପଥୀଙ୍କୁ ଡିସିପିଙ୍କ କୋର୍ଟର ଏକଜିକ୍ୟୁଟିଭ ମ୍ୟାଜିଷ୍ଟ୍ରେଟ ଭାବେ ବଦଳି କରାଯାଇଛି।ଇନ୍ସପେକ୍ଟରରୁ ଏସିପିି ର‍୍ୟାଙ୍କକୁ ପଦୋନ୍ନତି ପାଇଥିବା ୭ ଜଣ ଇନ୍ସପେକ୍ଟରଙ୍କ ମଧ୍ୟରୁ ଆଜି ଦୁଇ ଜଣଙ୍କୁ ଏସିପି ଦାୟିତ୍ୱ ମିଳିଛି। ସେମାନେ ହେଲେ ଖାରବେଳନଗର ଥାନା-ଇନଚାର୍ଜ ଅନୁପ କାନୁନଗୋ ଓ ସହିଦନଗର ଥାନା- ଇନଚାର୍ଜ କିଶୋର ମୁଣ୍ଡ। ଶ୍ରୀ କାନୁନ୍‌ଗୋଙ୍କୁ ଭୁବନେଶ୍ୱର ଟ୍ରାଫିକ୍‌ ଏସିପି ଭାବେ ନୂଆ ଦାୟିତ୍ୱ ମିଳିଛି। ଟ୍ର୍ରାଫିକ ଏସିପି ଯତୀନ ପଣ୍ଡାଙ୍କୁ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। କିଶୋର ମୁଣ୍ଡ୍‌ଙ୍କୁ ଜୋନ୍‌-୫ ଏସିପି ଦାୟିତ୍ୱ ପ୍ରଦାନ କରାଯାଇଛି।

କିଶୋର ମୁଣ୍ଡ୍‌ ଜୋନ୍‌-୫ ଏସିିପି
ଆକାଶ ରଣା ସିଡିଏ ଥାନା ଇନ୍ସପେକ୍ଟର
ଜ୍ଞାନେନ୍ଦ୍ର ସାହୁ ଖାରବେଳନଗର ଥାନା ଇନ୍ସପେକ୍ଟର

ଜୋନ୍‌-୫ ଏସିପି ଥିବା ରବୀନ୍ଦ୍ରନାଥ ଶତପଥୀଙ୍କୁ ଜୋନ୍‌-୬ ଏସିପି ଭାବେ ବଦଳି କରାଯାଇଛି। ଖାରବେଳନଗର ଥାନା ଇନ୍ସପେକ୍ଟର ଭାବେ ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। କିଛି ଦିନ ତଳେ ଦୁଇ ଯୁବତୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ବିବାଦୀୟ ହୋଇ ପଡ଼ିଥିବା ନୂଆପଲ୍ଲୀ ଥାନା ଇନ୍ସପେକ୍ଟର ସଂଗ୍ରାମ ପଟ୍ଟନାୟକଙ୍କୁ ଡିସିପିଙ୍କ କାର୍ଯ୍ୟାଳୟ ଲ’ ଇନ୍ସପେକ୍ଟର ଭାବେ ଅବସ୍ଥାପିତ କରାଯାଇଛି। କ୍ୟାପିଟାଲ ଥାନା ସହକାରୀ ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନଙ୍କୁ ନୂଆପଲ୍ଲୀ ଥାନା ଇନ୍ସପେକ୍ଟର ଭାବେ ନିଯୁକ୍ତି ମିଳିଛି। ବାଲିଅନ୍ତା ଥାନା ଇନ୍ସପେକ୍ଟର ସୁଜିତ କୁମାର ଦାସଙ୍କୁ କଟକ ଆଇୟୁସିଏଡବ୍ଲ୍ୟୁ ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଖାରବେଳନଗର ଥାନାରେ ଥିବା ସହକାରୀ ଇନ୍ସପେକ୍ଟର ମନୋଜ କୁମାର ସ୍ୱାଇଁଙ୍କୁ ବାଲିଅନ୍ତା ଥାନାଧିକାରୀ ଭାବେ ବଦଳି କରାଯାଇଛି। କୁଇକ୍‌ ଆକ୍ସନ ଟିମ୍‌ର ପୂର୍ବତନ ମୁଖ୍ୟ ତଥା ଖଣ୍ଡଗିରି ଥାନା ସହକାରୀ ଇନ୍ସପେକ୍ଟର ଆକାଶ ରଣାଙ୍କ ବଦଳି କଟକର ସିଡିଏ ଥାନାକୁ ହୋଇଛି। ସିଡିଏ ଥାନା ଇନ୍ସପେକ୍ଟର ଦିଲ୍ଲୀପ କୁମାର ସ୍ୱାଇଁଙ୍କୁ ବଦଳି ବଡ଼ଗଡ଼ ଥାନାକୁ ହୋଇଛି। ବଡ଼ଗଡ଼ ଥାନା ଇନ୍ସପେକ୍ଟର ପଦ୍ମନାଭ ପ୍ରଧାନଙ୍କ ବଦଳି ସହିଦନଗର ଥାନା ଓ ଇନ୍‌ଫୋସିଟି ଥାନା ଇନ୍ସପେକ୍ଟର ବନିତା ମହରଣାଙ୍କ ବଦଳି କମିସନରେଟ ପୁଲିସ ମୁଖ୍ୟାଳୟର ପର୍ସନାଲ ବିଭାଗକୁ ହୋଇଛି। ପର୍ସନାଲ ଇନ୍ସପେକ୍ଟର ବିଜୟିନୀ ସିଂଙ୍କୁ ପୁଣି ଥରେ ଇନଫୋସିଟି ଥାନାକୁ ଫେରାଇ ଅଣାଯାଇଛି। ଖାରବେଳନଗର ଥାନାର ସହକାରୀ ମହିଳା ଇନ୍ସପେକ୍ଟର ସଂଧ୍ୟାରାଣୀ ସିଂହଙ୍କ ବଦଳି କ୍ୟାପିଟାଲ ଥାନାକୁ ହୋଇଛି। କ୍ୟାପିଟାଲ ଥାନାରେ ଥିବା ସହକାରୀ ଇନ୍ସପେକ୍ଟର ଅଞ୍ଜଳି ଛୋଟରାୟଙ୍କ ବଦଳି ମଡର୍ଣ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ହୋଇଛି। ମର୍ଡଣ ପୁଲିସ କଣ୍ଟ୍ରୋଲ ରୁମ୍‌ ଇନ୍ସପେକ୍ଟର ଆଶାଲତା ଜେନାଙ୍କୁ ଖାରବେଳନଗର ଥାନା ସହକାରୀ ଇନ୍ସପେକ୍ଟର ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର